Only for Entertainment

ଅନୁପଙ୍କ ଅନୁପସ୍ଥିତିରେ ଶିବାଶିଷଙ୍କୁ ଜସଲିନ ଗଣାଇଲେ ନିଜର ଟାଟୁ, ଭାଇରାଲ ଭିଡିଓ !

0 47

ବିଗବସ ୧୨ରେ ଏବେ ପର୍ଯ୍ୟନ୍ତ ସବୁଠାରୁ ବିଚିତ୍ର ଯୋଡି ରୂପେ ଜସଲିନ ଏବଂ ଅନୂପ ଜଲୋଟାଙ୍କ ଯୋଡି ସାମ୍ନାକୁ ଆସିଛି । ଏହି ଟିଭି ରିଆଲିଟି ଶୋ ଏବେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି । ଜସଲିନ ଅନୁପ ବୟସରୁ ନାଁ କେବଳ ୩୭ବର୍ଷ ଛୋଟ ଅଟନ୍ତି ବରଂ ଅନୁପ ତାଙ୍କ ଗୁରୁ ମଧ୍ୟ ଅଟନ୍ତି । ଏହି ଯୋଡି ଉପରେ ସମସ୍ତଙ୍କ ନଜର ରହିଥାଏ । ଯଦିଓ ଏହି ଯୋଡିଙ୍କୁ ଘର ମଧ୍ୟରେ କିଛି ସମୟ ବିତାଉଥିବାର ଦେଖିବାକୁ ମିଳିନି, ମାତ୍ର ଦୁହେଁ ଦୁହିଁଙ୍କୁ ନର୍ମାଲ ବ୍ୟବହାର କରୁଥିବାର ଦେଖିବାକୁ ମିଳିଛି ।

ଦୁହେଁ ଘରର ସମସ୍ତଙ୍କ ସହ ଭଲ ବ୍ୟବହାର କରୁଛନ୍ତି । ଏବେ ଘରର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଜସଲିନ , ଶିବାଶିଷ ଏବଂ କୃତିଙ୍କୁ ୱାଶରୁମ ପାଖରେ ଦେଖିବାକୁ ମିଳିଛି । ସେଠାରେ ସେମାନେ ଜସଲିନଙ୍କ ଶରୀରରେ ଟାଟୁ ଗଣୁଥିବାର ନଜର ଆସିଛନ୍ତି । ମାତ୍ର ଯେଉଁ ସମୟରେ ଟାଟୁ ଗଣୁଥିଲେ ସେ ସମୟରେ ଅନୁପ ସେଠାରେ ଉପସ୍ଥିତ ନଥିଲେ । ଆମେ ଏବେ ଏହା ଭାବି ଆଶ୍ଚର୍ଯ୍ୟ ହେଉଛୁ ଯେ ଯଦି ଅନୁପ ଥାଆନ୍ତେ , ତେବେ ପ୍ରତିକ୍ରିୟା କିଭଳି ଥାଆନ୍ତା । ଦେଖନ୍ତୁ ଭିଡିଓ –


ଏଠାରେ ଆମେ କହି ରଖୁଛୁ ଯେ ଗତ କିଛି ଦିନ ପୂର୍ବେ ଜସଲିନଙ୍କର ବର୍ଷକର ପୂରୁଣା ଭିଡିଓ ଦେଖିବାକୁ ମିଳିଥିଲା , ଯେଉଁଥିରେ ସେ ସିଙ୍ଗଲ ହେବା ଏବଂ ବୟଫ୍ରେଣ୍ଡ ଖୋଜୁଥିବା କହିଥିଲେ । ମାତ୍ର ଶୋ’ରେ ଏଂଟ୍ରି କଲାବେଳେ ଦୁହେଁ ସ୍ୱୀକାର କରିଥିଲେ ଯେ ୩ବର୍ଷ ହେବ ଦୁହେଁ ଦୁହିଁଙ୍କୁ ଡେଟ କରୁଛନ୍ତି । ଏହାପରେ ପ୍ରଶ୍ନ ଉଠିଥିଲା ଯେ ଦୁର୍ହେ ସତରେ ସମ୍ପର୍କରେ ଅଛନ୍ତି ନାଁ ଶୋ’ ପାଇଁ ଏଭଳି ନାଟକ କରୁଛନ୍ତି । ସତକଥା କଣ ଏହା ସମୟ ହିଁ କହିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More