Only for Entertainment

ଏଥର ଟିଭି ଶୋ’ ଜରିଆରେ ନୁହେଁ ବରଂ ପ୍ରତିଯୋଗୀ ଏକ ଖାସ ରୁମରେ ଦେଖା କରିବେ ସଲମାନଙ୍କୁ !

0 34

ସୁପରହିଟ ଟିଭି ଶୋ’ ‘ବିଗବସ୧୨’ର ଅପେକ୍ଷାରେ ଥିବା ଫ୍ୟାନ୍ସ ମାନଙ୍କ ପାଇଁ ଏକ ଦମଦାର ଖବର । ଏଥର ବିଗବସରେ ପ୍ରତିଯୋଗୀ ନିଜର ପ୍ରିୟ ସୁପରଷ୍ଟାରଙ୍କ ତଥା ହୋଷ୍ଟ ସଲମାନ ଖାନଙ୍କୁ ଟେଲିଭିଜନ ଦ୍ୱାରା ନୁହେଁ ବରଂ ଶୋ ପାଇଁ ହୋଇଥିବା ଖାସ ରୁମରେ ହିଁ ଦେଖା କରିବେ ।

ଏକ ରିପୋର୍ଟ ମୂତାବକ ଏଥର ଶୋ’ରେ ଖାସ ପରିବର୍ତ୍ତନ କରାଯାଇଛି । ଯେଉଁଭଳି ପ୍ରମୋ ଦେଖାଯାଇଛି ସେହିଭଳି ଏକ କ୍ଲାସରୁମ ଭଳି ରୁମରେ ଦେଖା କରିବେ । କିନ୍ତୁ ବ୍ଲାକବୋର୍ଡ ପରିବର୍ତ୍ତେ ଏକ ସ୍କ୍ରିନ ଦେଖିବାକୁ ମିଳିବ । ଯାହାଦ୍ୱାରା ସମସ୍ତ ପ୍ରତିଯୋଗୀଙ୍କୁ ତାହା ମାଧ୍ୟମରେ ଦେଖିହେବ । ଏହି ପରିବର୍ତ୍ତନ ନିଶ୍ଚୟ ଶୋ’କୁ ମଜାଦାର କରିବ ।

ଏହି ଶୋ’ ସେପ୍ଟେମ୍ବରରେ ଅନ ଏୟାର ହେବାକୁ ଯାଉଛି ଏବଂ ଯେତେଯେତେ ସମୟ ପାଖେଇ ଆସୁଛି ସେତେସେତେ ଉତ୍ସାହ ମଧ୍ୟ ବଢିବାରେ ଲାଗିଛି । ଏହି ଶୋ’ ସେପ୍ଟେମ୍ବରରେ ଆରମ୍ଭ ହୋଇ ଜାନୁୟାରୀରେ ଶେଷ ହେବ । ଯଦିଓ ଏହି ଶୋ’ ନିର୍ଦ୍ଧାରିତ ମାସ ପୂର୍ବରୁ ହିଁ ରିଲିଜ ହେଉଛି ତାହାକୁ ନେଇ ସମସ୍ତେ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

ଏବେ ପର୍ଯ୍ୟନ୍ତ ଶୋ’ର ଦୁଇଟି ପ୍ରମୋ ସାମ୍ନାକୁ ଆସି ସାରିଲାଣି । ଏଥର ଶୋ’ରେ ଥିବା ପ୍ରତିଯୋଗୀ ଦେଖିବାକୁ ମିଳିବେ । କେବଳ ବାକି ରହିଲା ଏହି ବିବାଦୀୟ ଶୋ’ ଏଥର କ’ଣ ମଜାଦାର ଦେଖାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More