Only for Entertainment

ଶିଳ୍ପା ସିନ୍ଦେଙ୍କ ରେକର୍ଡ଼ ଭାଙ୍ଗି ୧ ମିଲିୟନ ଟ୍ୱିଟ ପାର କଲେ ଅସୀମ ରିୟାଜ

47

ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛନ୍ତି ବିଗବସ ପ୍ରତିଯୋଗୀ । ଗତ ସୋମବାର ରାତିରେ ଏହି ଶୋ ଏକ ନୂଆ ରେକର୍ଡ଼ କରିଛି । ବିଗବସ ୧୧ର ବିଜୟିନୀ ଶିଳ୍ପା ସିନ୍ଦେଙ୍କ ପରେ ବିଗବସ ୧୩ର ଅସୀମ ରିୟାଜ ସୋସିଆଲ ମିଡିଆରେ ଖୁବ ଟ୍ରେଣ୍ଡ କରୁଛନ୍ତି । ଏହା ସହିତ ଅସୀମ ଶିଳ୍ପା ସିନ୍ଦେଙ୍କ ରେକର୍ଡ଼କୁ ଭାଙ୍ଗିଛନ୍ତି ଅସୀମ ରିୟାଜ ।

 

ସୂଚନା ଅନୁଯାୟୀ, ‘ବଗ୍‌ ବସ୍‌ ୧୩’ର ଚାର୍ମିଂ ବୟ ଅସୀମ୍‌ ରିଆଜ୍ ଏହି ରେକର୍ଡ କରିଛନ୍ତି। ଅସୀମଙ୍କ ହ୍ୟାଶ୍‌ଟ୍ୟାଗ୍‌ #UnstoppableAsim ଟ୍ୱିଟର୍‌ରେ ୧ ମିଲିୟନ୍‌ରୁ ଅଧିକ ଥର ଟ୍ୱିଟ୍‌ ହୋଇସାରିଲାଣି। ଏହା ପୂର୍ବରୁ ‘ବିଗ୍‌ ବସ୍‌ ୧୧’ର ଶିଳ୍ପା ସିନ୍ଦେଙ୍କ ହ୍ୟାଶ୍‌ଟ୍ୟାଗ୍‌ #ShilpaShindeକୁ ସୋଶାଲ୍‌ ମିଡିଆରେ ଜବରଦସ୍ତ ରେସ୍‌ପନ୍ସ ମିଳିଥିଲା। ତେବେ BiggBossCritic3 ନାମକ ଟ୍ୱିଟର୍‌ ହ୍ୟାଣ୍ଡେଲ୍‌ ଅନୁଯାୟୀ ଶିଳ୍ପାଙ୍କ ପରେ ଅସୀମ୍‌ ହେଉଛନ୍ତି ପ୍ରଥମ ‘ବିଗ୍‌ ବସ୍‌’  ପ୍ରତିଯୋଗୀ ଯାହାଙ୍କୁ ୧ ମିଲିୟନ୍‌ରୁ ଅଧିକ ଟ୍ୱିଟ୍‌ ମିଳିଛି।ଏଥିରୁ ଜଣାପଡ଼ୁଛି ଯେ ଅସୀମ୍‌ ‘ବିଗ୍‌ ବସ୍‌ ୧୩’ରେ ବେଶ୍ ଲମ୍ବା ସମୟ ପର୍ଯ୍ୟନ୍ତ ରହିବେ। ତାଙ୍କ ଲୋକପ୍ରିୟତାକୁ ଦେଖି ଲାଗୁଛି ଯେ ସେ ଫାଇନାଲ୍‌ରେ ଚଳିତ ସିଜିନ୍‌ର ଦମଦାର୍‌ ପ୍ରତିଯୋଗୀ ସିଦ୍ଧାର୍ଥ ଶୁକ୍ଳାଙ୍କୁ କଡ଼ା ଟକ୍କର୍ ଦେବେ। ସିଦ୍ଧାର୍ଥ ଓ ଅସୀମ ଶୋ’ର ଆରମ୍ଭରୁ ଭଲ ବନ୍ଧୁ ଥିଲେ। ଶୋ’ରେ ଦୁହେଁ ଦୁଇ ଭଳି ରହୁଥିଲେ। ହେଲେ କିଛ ଦିନ ହେବ ସେମାନଙ୍କ ସମ୍ପର୍କରେ ତିକ୍ତତା ଆସିଛି।

 

କହିରଖୁଛୁ ଅସୀମ ନମାଗତ ହୋଇ ମଧ୍ୟ ଏଭଳି ଖେଳୁ ଥିବାରୁ ଦର୍ଶକ ତାଙ୍କୁ ଖୁବ ପସନ୍ଦ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More