Only for Entertainment

ଏହି ଦିନ ଆରମ୍ଭ ହେବ ସଲମାନଙ୍କ ପପୁଲାର ଶୋ ‘ବିଗବସ’

aajtak
29

ଟିଭିର ଲୋକିପ୍ରିୟ ରିଆଲିଟି ଶୋ ‘ବିଗ ବସ ୧୩’ ପୁଣିଥରେ ଦର୍ଶକଙ୍କ ଘରର କବାଟ ବାଡ଼େଇବା ପାଇଁ ପ୍ରସ୍ତୁତ ହୋଇଗଲାଣି । ଦର୍ଶକଙ୍କ ଏହି ଷ।।’କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏହାର ଦୁଇଟି ପ୍ରମୋ ସାମ୍ନାକୁ ଆସି ସାରିଛି । ନିକଟରେ ସଲମାନ ଏହାର ନୂଆ ପ୍ରମୋରେ ସେଫ ଭାବରେ ନଜର ଆସିଥିଲେ । ଏଥିରେ ସେ ବଙ୍କା ତଡ଼କା ଲଗାଇବାର କଥା କହୁଥିଲେ । ଏବେ ସାମ୍ନାକୁ ଆସିଛି ଶୋ’ର ରିଲିଜ ତାରିଖ ।

 

ପ୍ରଥମେ ବିଗବସ ଫ୍ୟାନ ପେଜରେ ଶୋ ରିଲିଜ ତାରିଖକୁ ନେଇ ଆଲୋଚନା ହେଉଥିଲା । ଏବେ କଲର୍ସ ନିଜେ ତା’ର ଅଫିସିଆଲ ଆକାଉଂଟରେ ଖୁଲାସା କରିଛନ୍ତି । ଶୋ ୨୯ ସେପ୍ଟେମ୍ବର ରାତି ୯ଟାରେ ଆରମ୍ଭ ହେବ । ଏହା ପୂର୍ବରୁ ଫ୍ୟାନ ପେଜରେ ଏକ ସ୍କ୍ରିନ ସଟ ଶେୟାର କରାଯାଇଥିଲା, ଯେଉଁଥିରେ ଏହାର ରିଲିଜ ତାରିଖକୁ ନେଇ ଖବର ଦିଆଯାଇଥିଲା ।

 

କହିରଖୁଛୁ ଏହି ଥର କମଳ ମ୍ୟାନ ନୁହେଁ ବରଂ କେବଳ ସେଲିବ୍ରେଟୀଙ୍କୁ ଦେଖିବାକୁ ମିଳିବ । ଶୋ’ରେ ପ୍ରତିଯୋଗୀ ଭାବରେ ଦେବୋଲିନା ଭଟ୍ଟାଚାର୍ଜୀ, ବିଜେନ୍ଦର ସିଂ, ରାଜପାଲ ଯାଦବ, ଦୟାନନ୍ଦ ସେଟ୍ଟୀ, ସିଦ୍ଧାର୍ଥ ଶୁକ୍ଳା, ମେଘନା ମଲ୍ଲିକ ଏବଂ ଆରତୀ ସିଂ ନଜର ଆସିବେ ବୋଲି କୁହାଯାଉଛି । ତେବେ ଶୋ କେତେ ମଜାଦାର ହେବ ଦେଖିବା ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More