Only for Entertainment

ଘଂଟା ବିନା ବିଗବସ ଘରେ ରହିବା କେତେ କଷ୍ଟକର ଜଣାଇଲେ ହିନ୍ଦୁସ୍ତାନୀ ଭାଉ

aajtak
37

ବିଗବସ ଘରେ ଚର୍ଚ୍ଚିତ ହିନ୍ଦୁସ୍ତାନୀ ଭାଉଙ୍କର ଘରେ ରହିବାର ସମୟ ଶେଷ ହୋଇ ଯାଇଛି । କାରଣ କମ ଭୋଟିଂ ଯୋଗୁଁ ତାଙ୍କୁ ଘରୁ ବାହାରିବାକୁ ପଡ଼ିଛି । ଯଦିଓ ରହିବାର ସମୟ ଭାଉଙ୍କର ଖୁବ କମ ଥିଲା, କିନ୍ତୁ ଭଲ ଥିଲା । ଏବେ ଶୋ’ରୁ ବାହାରିବା ପରେ ହିନ୍ଦୁସ୍ତାନୀ ଭାଉ ଆଜତକକୁ ଦେଇଥିବା ଏକ ଇଂଟରଭ୍ୟୁରେ କିଛି କଥା କହିଛନ୍ତି ।

 

View this post on Instagram

 

Bahen ne apne bhai ko akela chod diya! #bigboss #bigboss13 #bb13

A post shared by Vikas Fhatak (@hindustanibhau) on

ଭାଉଙ୍କ କହିବା ଅନୁସାରେ ବିଗବସ ଘରେ ଘଂଟା ନଥାଏ । କେତେବେଳେ ସମୟ କେତେ ହୁଏ କିଛି ଜଣା ପଡ଼େ ନାହିଁ । ସୂର୍ଯ୍ୟୋଦୟ ହେଲେ ଜଣାପଡ଼େ ସକାଳ ହୁଏ । ଘଂଟା ନଥିବାରୁ ଦିନବେଳେ ମଧ୍ୟ ସମସ୍ତେ ଶୋଇ ପଡ଼ନ୍ତି । କାରଣ ରାତିରେ କେତେବେଳେ ସମୟ କ’ଣ ହୁଏ ତାହା ଜଣାପଡ଼େ ନାହିଁ ଓ ଶୋଇବା ଠିକ ହୁଏ ନାହିଁ । ତେଣୁ ରାତି ୪ଟାରେ ମଧ୍ୟ ପ୍ରତିଯୋଗୀ କେବେ କେବେ ଖାଆନ୍ତି । ତେଣୁ ତାହା ମଧ୍ୟରେ ରହି ସମସ୍ତେ ଡିଷ୍ଟର୍ବ ହୋଇ ଯାଆନ୍ତି । ତଥାପି ସେଠାରୁ ଆସିବା ପରେ ଭାଉ କହିଛନ୍ତିଯେ ସମସ୍ତଙ୍କ ଠାରୁ ମିଳିଥିବା ଭଲ ପାଇବାକୁ ସେ କେବେ ମଧ୍ୟ ଭୁଲି ପାରିବେ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More