Only for Entertainment

ବିଗ ବସ ୧୩ ହାଉସରେ ଛାଇଲା କୋଏନାଙ୍କ ସାକି ସାକି ଡ୍ୟାନ୍ସ, ଦେଖନ୍ତୁ ଭିଡିଓ

aajtak
21

ବିଗ ବସ ୧୩ର ଦ୍ୱିତୀୟ ୱିକେଣ୍ଡ କା ୱାରରେ ଏଣ୍ଟରଟେନମେଣ୍ଟର ତଡକା ଦେଖିବାକୁ ମିଳିଛି । ଶୋ ରେ କମେଡି ଷ୍ଟାର ସୁନିଲ ଗ୍ରୋଭର ଏବଂ ଭାରତୀ ସିଂଙ୍କ ପତି ହର୍ଷ ଲିମ୍ବାଚିଆ କମେଡିର ତଡକା ଲଗାଇଥିଲେ । ଏହା ସହିତ ପ୍ରତିଯୋଗୀମାନଙ୍କୁ ମଜାଦାର ଟାକ୍ସ ମଧ୍ୟ ଦିଆଯାଇଥିଲା । ଶୋରେ ଫିଲ୍ମ ମୋତୀଚୁର ଚକନାଚୁରକୁ ପ୍ରମୋଟ କରିବା ପାଇଁ ଅଭିନେତା ନବାଜୁଦ୍ଦିନ ସିଦ୍ଦିକି ମଧ୍ୟ ପହଁଚିଥିଲେ ।

ଶୋ’ରେ କୋଏନା ମିତ୍ରା ଆଇକନିକ ଗୀତ ସାକି ସାକିରେ ପର୍ଫମ କରିଥିଲେ । କୋଏନାଙ୍କ ଜବରଦସ୍ତ ଡ୍ୟାନ୍ସ ଭିଡିଓ ଘରର ସମସ୍ତ ସଦସ୍ୟଙ୍କୁ ଖୁବ ପସନ୍ଦ ଆସିଥିଲା । ଏପରି ହର୍ଷ ଏବଂ ସୁନିଲ ଗ୍ରୋଭର କୋଏନାଙ୍କ ସହିତ ମିଶି ଡ୍ୟାନ୍ସ କରିଥିଲେ । ନବାଜଙ୍କ ସହିତ ସଲମାନ ଖାନ ମଧ୍ୟ କୋଏନାଙ୍କ ଡ୍ୟାନ୍ସକୁ ପ୍ରଶଂସା କରିଥିଲେ । କିନ୍ତୁ ଏପିସୋଡର ଶେଷରେ କୋଏନା ଏଲିମିନେଟ ହୋଇଯାଇଥିଲେ ।

 

କହିରଖୁଛୁ ଯେ, କୋଏନାଙ୍କ ଗୀତ ସାକି ସାକି ୨୦୦୪ରେ ରିଲିଜ ହୋଇଥିବା ଫିଲ୍ମ ମୁସାଫିରରେ ଦେଖିବାକୁ ମିଳିଥିଲା । ଏହି ଗୀତ କୋଏନାଙ୍କୁ ଏକ ଖାସ ପରିଚୟ ଦେଇଥିଲା । ୨୦୧୯ରେ ଆସିଥିବା ବାଟଲା ହାଉସରେ ଏହି ଗୀତକୁ ନୋରା ଫତେହୀ ରିକ୍ରିଏଐଟ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More