Only for Entertainment

ବିଗବସ ୧୩ରେ ବଡ଼ ପରିବର୍ତ୍ତନ, ଶୁଣିଲେ ଆପଣଙ୍କ ହୃଦୟ ଭାଙ୍ଗିଯିବ ।

aajtak
27

ବିଗବସ ସିଜନ ୧୨ ଟିଆପି କ୍ଷେତ୍ରରେ ଏତେ ଖାସ କମାଲ କରିପାରିନଥିଲା । ପ୍ରତିଦିନ କଳିଝଗଡ଼ା ଲାଗିରହିବା ଦ୍ୱାରା ଶୋ’କୁ ଦେଖିବା ପାଇଁ ଲୋକଙ୍କ ଉତ୍ସାହ କମ ହୋଇଯାଉଥିଲା ଏବଂ କେତେ ଥର ସଲମାନଙ୍କୁ ଏହା ମଧ୍ୟ କହିବାର ଶୁଣିବାକୁ ମିଳିଛିଯେ ଏପରି ଝଗଡ଼ା ଦେଖି ବିରକ୍ତ ହୋଇ କିଛି ଲୋକ ଚ୍ୟାନେଲ ବନ୍ଦ କରି ଦେଉଥିଲେ । ତେବେ ସେ ଯାହା ହେଉ ଶୋ’ରେ ଦୀପିକା କକ୍କର ବିଜୟିନୀ ହେଲେ ଏବଂ ଶୋ ଶେଷ ହେଲା । କିନ୍ତୁ ଏବେ ସିଜନ ୧୩ ଆରମ୍ଭ ହେବାପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଲାଣି । ଏହି ମଧ୍ୟରେ ଶୋ’କୁ ନେଇ ଆସିଛି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ।

ପ୍ରଥମ କଥା ହେଉଛି ଏହି ସିଜନରେ ଲୋକେସନ ବଦଳିଯିବ । ଗୁଡ଼ଗାଓଁ ସିଫ୍ଟ ହେବ ବୋଲି ଶୁଣିବାକୁ ମିଳୁଛି । ଏହା ସହିତ ଆଉ ଏକ ବଡ଼ ଖବର ମଧ୍ୟ ସାମ୍ନାକୁ ଆସିଛି । ମିଡିଆ ରିପୋର୍ଟ ଅନୁସାରେ ନିର୍ମାତା ନିଷ୍ପତ୍ତି ନେଇଛନ୍ତିଯେ ଏହି ସିଜନରେ କମନର୍ସଙ୍କୁ ପ୍ରବେଶ କରାଯିବ ନାହିଁ । ଅବଶ୍ୟ ଏହାର ଆଧିକାରୀକ ଘୋଷଣା ହୋଇନାହିଁ ।

ବଲିଉଡ ଲାଇଫର ଖବର ଅନୁସାରେ ଏଭଳି ନିଷ୍ପତ୍ତି ନେବାର କାରଣ ହେଉଛି ଗତବର୍ଷ ସିଜନ ଫ୍ଲପ ହେବା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More