Only for Entertainment

ବିଗ ବସ ୧୩ : ଶୋ’ରେ ଆରମ୍ଭ ହେବ କି ସିଦ୍ଧାର୍ଥ ଶୁକ୍ଲା – ରଶ୍ମି ଦେଶାଇଙ୍କ ଲଭ ଷ୍ଟୋରୀ ? ଦେଖନ୍ତୁ ଏହି ଭିଡିଓ

latestly
25

ବିଗ ବସର ୧୩ ତମ ସିଜିନ ଆରମ୍ଭ ହୋଇସାରିଛି । ଶୋ’ରେ ପ୍ରଥମ ଦିନରୁ ହିଁ ଡ୍ରାମା ଦେଖିବାକୁ ମିଳିଛି । ପ୍ରଥମ ଦିନରେ ପ୍ରତିଯୋଗୀମାନେ ପରସ୍ପର ମଧ୍ୟରେ ଝଗଡା ଆରମ୍ଭ କରିଦେଇଥିବା ବେଳେ ଦ୍ୱିତୀୟ ଦିନରେ ସିଦ୍ଧାର୍ଥ ଶୁକ୍ଲା ଏବଂ ସିଦ୍ଧାର୍ଥ ଦେଙ୍କ ମଧ୍ୟରେ ଖାଇବା ଟେବୁଲରେ ଝଗଡା ଦେଖିବାକୁ ମିଳିଥିଲା । କିନ୍ତୁ ଏତେ ସବୁ ଘଟିବା ମଧ୍ୟରେ ଏବେ ଲାଗୁଛି ବିଗ ବସ ଘରେ ପ୍ରେମର ଯାଗୁ ଦେଖିବାକୁ ମିଳିବ । ଆମ ଏଠାରେ କହୁଛୁ ରଶ୍ମି ଦେଶାଇଙ୍କ କଥା । ବିଗ ବସ ହାଉସରେ ରଶ୍ମି ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ସହିତ ପୁଣିଥରେ କଥା ବାର୍ତ୍ତା ଆରମ୍ଭ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ଅସଲରେ ରଶ୍ମି ଦେଶାଇ ଓ ସିଦ୍ଧାର୍ଥ ଶୁକ୍ଲା ଶୋ’ ‘ଦିଲ ସେ ଦିଲ ତକ’ରେ ଏକା ସହିତ କାମ କରିଥିଲେ । ଶୋ’ ଆରମ୍ଭ ହେବା ସହିତ ଦୁହିଁଙ୍କ ଲିଙ୍କ ଅପକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । ମାତ୍ର ଶୋ’ ଆଗକୁ ବଢିବା ସହିତ ଦୁହିଁଙ୍କ ସମ୍ପର୍କରେ ଫାଟ ଆରମ୍ଭ ଦେବାକୁ ଲାଗିଲା । ଏପରି କି ଦୁହିଁଙ୍କ ଝଗଡା ଚର୍ଚ୍ଚାରେ ରହିଥିଲା । କିନ୍ତୁ ବିଗ ବସ ହାଉସରେ ଦୁହେଁ ନିଜର ସମ୍ପର୍କରେ ସୁଧାର ଆଣିବା ପାଇଁ ଚାହୁଁଛନ୍ତି ।

 

ଶୋ’ର ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ରଶ୍ମି ପୁଣିଥରେ ସିଦ୍ଧାର୍ଥ ଶୁକ୍ଲାଙ୍କ ସହିତ କଥା ବାର୍ତ୍ତା ଆଗକୁ ବଢାଇବା ପାଇଁ ଚିନ୍ତା କରୁଛନ୍ତି । ଏହା ସହିତ ଦେଖିବାକୁ ମିଳିଛି ଯେ ପାରସ ଛାବରା ମଧ୍ୟ ତାଙ୍କୁ ଏନକରେଜ କରୁଥିବାର ଦେଖିବାକୁ ମିଳିଛି । ଏବେ ଦେଖିବାକୁ ବାକି ରହିଲା ପୁରୁଣା କଥା ଭୁଲି ଦୁହେଁ ଆଗାମୀ ସମୟରେ ନିଜ ସମ୍ପର୍କକୁ କିପରି ସୁଧାରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More