Only for Entertainment

‘ବିଗ ବସ ୧୩’ରେ ହେବ ବଡ ପରିବର୍ତ୍ତନ, ଲାଗିବ ହରର ତଡକା

Indiatimes
23

ବିଗ ବସ ସିଜିନ ୧୩ ପାଇଁ ମେକର୍ସ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରି ଦେଲେଣି । ଶୋ’ ଆରମ୍ଭ ହେବା ପୂର୍ବରୁ ଶୋ’କୁ ନେଇ ଦର୍ଶକଙ୍କ ଉତ୍ସାହ ବଢିବାରେ ଲାଗିଛି । ଶୋ’ର ଥିମ କ’ଣ ରହିବ କେଉଁ ସେଲିବ୍ରିଟି ନଜର ଆସିବେ ଏହା ଉପରେ ଏବେ ସମସ୍ତଙ୍କର ନଜର । ଏହି ଶୋ’କୁ ପୂର୍ବ ପରି ସଲମାନ ହୋଷ୍ଟ କରିବେ ବୋଲି ସ୍ପଷ୍ଟ ହୋଇ ସାରିଛି । ଏହା ସହିତ ଫିଲ୍ମର ଲୋକେସନ ମୁମ୍ବାଇ-ଲୋନାୱଲା ମଧ୍ୟରେ ସ୍ଥିର କରାଯିବ ବୋଲି ଶୁଣିବାକୁ ମିଳିଛି ।

ରିପୋର୍ଟ ଅନୁସାରେ ବିଗବସ-୧୩ର ଥିମ ପାଇଁ ମେକର୍ସ ଗଭୀର ଭାବେ ଚିନ୍ତା କରୁଛନ୍ତି । ଯଦି ସବୁ କିଛି ଠିକ ରୁହେ ତେବେ ଦର୍ଶକ ଏଥର ବିଗ ବସରେ ହରର ଥିମ ଦେଖିବାକୁ ପାଇବେ । କିନ୍ତୁ ଏହାକୁ ନେଇ ମେକର୍ସ ଏପର୍ଯ୍ୟନ୍ତ କିଛି ପାଇନାଲ କରି ନାହାଁନ୍ତି ।

କହିରଖୁଛୁ ଯେ, ବିଗ ବସ ୧୨ରେ ବିତିତ୍ର ଯୋଡିର ଥିମ ଦେଖିବାକୁ ମିଳିଥିଲା । ପୂର୍ବ ସିଜିନରେ ଟିଆରପି ଏତେ ଭଲ ନଥିବାରୁ ମେକର୍ସ ଏଥିରେ କିଛି ପରିବର୍ତ୍ତନ କରିବା ପାଇଁ ଚାହୁଁଛନ୍ତି । ତେବେ ଦେଖାଯାଉ ଏହା କେତେ ଦୂର ସଫଳ ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More