Only for Entertainment

‘ସ୍ତ୍ରୀ’ ସେଫାଳିଙ୍କ ଭୁଲ ପାଇଁ ହିନ୍ଦୁସ୍ତାନୀ ଭାଉଙ୍କୁ କ୍ଷମା ମାଗିଲେ ପତି ପରାଗ ତ୍ୟାଗୀ

aajtaik
49

ବିଗବସ ଘରେ ପ୍ରତିଦିନ କିଛି ନା କିଛି ତଡ଼କା ଦେଖିବାକୁ ମିଳୁଛି । ସବୁଠାରୁ ଅଧିକ ତଡ଼କା ଦେଖିବାକୁ ମିଳେ ବିଗବସ ଦେଇଥିବା ଟାସ୍କରେ । ନିକଟରେ ସେହିଭଳି କିଛି ଘଟଣା ସାମ୍ନାକୁ ଆସିଛି । ବାସ୍ତବରେ ଏକ ଟାସ୍କ ମଧ୍ୟରେ ହିନ୍ଦୁସ୍ତାନୀ ଭାଉଙ୍କ ଘରୁ ଏକ ଚିଠି ଆସିଥିଲା, ଯେଉଁ ଚିଠି ସେଫାଳୀ ଜରିୱାଲାଙ୍କ ହାତରେ ପଡ଼ିଲା ଏବଂ ସେଫାଳୀ ସେହି ଚିଠିକୁ ଭାଉଙ୍କୁ ନ ଫେରାଇ ମେସିନରେ ନଷ୍ଟ କରିଦେଲେ । ଏହି ଘଟଣାରେ ଅନ୍ୟ ପ୍ରତିଯୋଗୀ ମାନେ ମଧ୍ୟ ଖୁବ ଅସନ୍ତୁଷ୍ଟ ହୋଇଗଲେ । କେବଳ ଘରର ପ୍ରତିଯୋଗୀ ଏବଂ ଦର୍ଶକ ନୁହଁନ୍ତି ବରଂ ସେଫାଳୀଙ୍କ ପତି ପରାଗ ତ୍ୟାଗୀଙ୍କୁ ମଧ୍ୟ ଏହି କଥା ପସନ୍ଦ ଆସିନାହିଁ । କାରଣ କ୍ୟାପଟେନ ହେବା ଉଦ୍ଦେଶ୍ୟରେ ସେଫାଳୀ ଏଭଳି କରିଛନ୍ତି । କାରଣ ସମସ୍ତେ ଜାଣନ୍ତି ଭାଉ ସେଫାଳୀଙ୍କୁ ସାନ ଭଉଣୀ ଭଳି ସବୁବେଳେ ବ୍ୟବହାର କରନ୍ତି, କିନ୍ତୁ ସେ ହିଁ ତାଙ୍କ ହୃଦୟ ଭାଙ୍ଗିଦେଲେ । ଏହି ଘଟଣା ପରାଗଙ୍କୁ ଭଲ ନଲାଗିବାରୁ ସେ ଭାଉଙ୍କୁ ସୋସିଆଲ ମିଡିଆରେ କ୍ଷମା ମାଗିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More