Only for Entertainment

ବିବାଦୀୟ ଶୋ’ ବିଗବସ ସିଜନ ୧୩ରେ ନଜର ଆସିବେ ଟିକଟକ ଷ୍ଟାର, ଦେଖାଇବେ ଗ୍ଲାମରସ ଅନ୍ଦାଜ!

226

ଖୁବ୍‌ ଶୀଘ୍ର ଛୋଟ ପରଦାର ଆରମ୍ଭ ହେବାକୁ ଯାଉଛି ସବୁଠାରୁ ବିବାଦୀୟ ରିୟାଲିଟି ସୋ’ ‘ବିଗ୍‌ ବସ୍‌ ସିଜିନ୍‌-୧୩’ । ସୋ’ର ନିର୍ମାତା ଏବେ ପ୍ରତିଯୋଗିଙ୍କୁ ବାଛିବାରେ ବ୍ୟସ୍ତ ଥିବା ବେଳେ ଏହାର ପ୍ରୋମୋ ମଧ୍ୟ ସୁଟ୍‌ ହୋଇ ସାରିଥିବା ଜଣା ପଡ଼ିଛି । ତେବେ ଏ ମଧ୍ୟରେ ଟିକ୍‌-ଟକ୍‌ ଷ୍ଟାର ଗରିମା ଚୌରାସିୟାଙ୍କୁ ବିଗ୍‌ ବସ୍‌ ପକ୍ଷରୁ ଅଫର ମିଳିଥିବା ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତେବେ ଏ ନେଇ କୌଣସି ଅଧିକାରୀକ ଘୋଷଣା କରାଯାଇ ନଥିବା ବେଳେ ଇନ୍‌ଷ୍ଟାରେ ସେୟାର କରାଯାଇଥିବା ଏକ ପୋଷ୍ଟରୁ ଏହା ସାମ୍ନାକୁ ଆସିଛି । ଇନ୍‌ଷ୍ଟା ପୋଷ୍ଟରେ ଗରିମାଙ୍କ ଫଟୋ ସହ ସେ ବିଗ୍‌ ବସ୍‌-୧୩ରେ ସେ ନଜର ଆସିବେ ବୋଲି ଲେଖାଯାଇଛି ।

ସୂଚନା ମୁତାବକ, ଟିକ୍‌-ଟକ୍‌ରେ ବହତ ହାର୍ଡ ବହତ ହାର୍ଡ ଗୀତରେ ଭିଡିଓ ତିଆରି କରି ଗରିମା ଏବଂ ତାଙ୍କର ଜଣେ ବନ୍ଧୁ ଚର୍ଚ୍ଚାକୁ ଆସିଥିଲେ । ତାଙ୍କର ସେଇ ଗୋଟେ ଭିଡିଓ ତାଙ୍କୁ ଲୋକପ୍ରିୟ କରାଇଥିଲା । ଏହା ପରେ ତାଙ୍କୁ ଏକ ମ୍ୟୁଜିକ୍‌ ଆଲବମ୍‌ ‘ମାଶଆହ୍ଲା’ରେ ଦର୍ଶକ ଦେଖିବାକୁ ପାଇଥିଲେ । ତେବେ ଗରିମାଙ୍କୁ ବିଗ୍‌ ବସ୍‌ ଅଫର କରାଯିବା ଖବର କେତେ ସତ ତାହା ପରେ ସାମ୍ନାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More