Only for Entertainment

ବାଜି ଓଲଟାଇବେ ବିଗବସ, ଘରକୁ ପୁଣିଥରେ ଏଂଟ୍ରି କରିବେ ଏହି ପ୍ରତିଯୋଗୀ

kanaklifestyle
27

ସବୁଥର ଅପେକ୍ଷା ଏହି ବର୍ଷର ବିଗବସ ସିଜନ ୧୪ ସଂପୂର୍ଣ୍ଣ ନିଆରା ।ଚଳିତ ବର୍ଷ ଦୁଇଟି ଫାଇନାଲ ରଖିବା ସହ ପ୍ରଥମ ଫାଇନାଲ ହେବା ପୂର୍ବରୁ ସୋ’ର ୬ଜଣ ପ୍ରତିଯୋଗୀ ଘରୁ ବାହାର ହୋଇ ଯାଇଥିଲେ।  ପରେ ପୁଣି ୬ଜଣ ନୂଆ ପ୍ରତିଯୋଗୀଙ୍କୁ ବିଗ୍ ବସ୍ ଘରକୁ ପ୍ରବେଶ କରାଯାଇଥିଲା। ପ୍ରଥମ ଫାଇନାଲ ପରେ ସୋ’ର ଟିଆରପି ବଢ଼ୁଥିବା ଦେଖି ଏବେ ସୋ’ର ନିର୍ମାତା ଆଉ ଏକ ନୂଆ ମୋଡ଼ ଆଣିବାକୁ ଯାଉଛନ୍ତି। ଟିଆରପିକୁ ବଢ଼ାଇବା ପାଇଁ ପୁଣି ଥରେ ୩ଜଣ ପ୍ରତିଯୋଗୀ ବିଗ୍ ବସ ଘରକୁ ପ୍ରବେଶ କରିବ‌େ ବୋଲି ଚର୍ଚ୍ଚା ହେଉଛି।

 

ସେ ମଧ୍ୟରେ ରହିଛନ୍ତି ଘରକୁ ଆସି ବାହାରି  ଯାଇଥିବା ସେଫାଲି ବଗ୍ଗା ଓ ଅରହାନ ଖାନ୍। ଏ ଦୁହିଁଙ୍କ ସହ ପ୍ରତିଯୋଗୀ ବିଶାଲଙ୍କ ପ୍ରେମିକା ମଧୁରିମା ତୁଲୀ ମଧ୍ୟ ଘରକୁ ପ୍ରବେଶ କରିବେ ବୋଲି ଜଣା ପଡ଼ିଛି। ସେଫାଲି ଓ ଅରହାନ ଦୁହେଁ ବିଗ୍ ବସ୍ ପ୍ରତିଯୋଗୀଙ୍କ ମଧ୍ୟରେ ଆଗ ଧାଡ଼ିରେ ଥିବା ବେଳେ କମ ଭୋଟ ମିଳିବାରୁ ଦୁହିଁଙ୍କୁ ବାହାର କରାଯାଇଥିଲା। କିନ୍ତୁ ଏବେ ସୋ’ର ନିର୍ମାତା ଦୁହିଁଙ୍କ ପ୍ରଦର୍ଶନକୁ ଆଖି ଆଗରେ ରଖି ପୁଣି ଥରେ ସେମାନଙ୍କୁ ଘରକୁ ଆଣିବା ପାଇଁ ଚିନ୍ତା କରୁଥିବା ଚର୍ଚ୍ଚା ହେଉଛି।

 

ଅନ୍ୟ ପକ୍ଷରେ, ବିଶାଲ ଆଦିତ୍ୟ ସିଂହ ଓ ତାଙ୍କ ପୂର୍ବ ପ୍ରେମିକା ମଧୁରିମା ତୁଲୀ ନଚ୍ ବଲିଏରେ ସାଥୀରେ ନଜର ଆସିଥିଲେ। ସୋ’ରେ ଦୁହିଁଙ୍କ ଝଗଡ଼ା ଟିଆରପିକୁ ବଢ଼ାଇଥିଲା। ତେବେ ଦୁହିଁଙ୍କ ମଧ୍ୟରେ ଥିବା ସଂପର୍କକୁ ଦେଖି ବିଗ୍ ବସ୍ ନିର୍ମାତା ମଧୁରିମାଙ୍କୁ ବିଗ୍ ବସକୁ ଆଣିବା ପାଇଁ ଚିନ୍ତା କରୁଛନ୍ତି। ଯଦି ଏହି ୩ଜଣ ବିଗ୍ ବସକୁ ଫେରନ୍ତି, ତେବେ ପୂରା ଖେଳ ଓଲଟିଯିବ ବୋଲି ଦର୍ଶକ କହିବା ଆରମ୍ଭ କରିଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More