Only for Entertainment

ବିବାହ କରିଛନ୍ତି ଟେଲିଭିଜନ୍ର ହଟ୍ କପଲ୍ କିଥ୍ ଓ ରୋସେଲ୍ ।

instagram
0 51

ଟେଲିଭିଜନ୍ର ହଟ୍ କପଲ୍ କିଥ୍ ସେକୁଏରା ଏବଂ ରୋସେଲ୍ ରାଓ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଗୋଆରେ ଗୁପଚୁପ୍ ତରିକାରେ ବିବାହ କରିଛନ୍ତି ଏହି ଯୋଡି । ବିଗ୍ ବସ୍ ସିଜିନ-ନାଇନରେ ବେଶ୍ ଚର୍ଚ୍ଚାରେ ରହିଥିଲା ଏମାନଙ୍କ ସମ୍ପର୍କ । ଏହି ରିୟାଲିଟି ଶୋରେ ଜଣାପଡିଥିଲା କିଥ୍ ଓ ରୋସେଲଙ୍କ ପ୍ରେମ ସମ୍ପର୍କ ବିଷୟରେ । ଏହି ଶୋରେ ନିଜ ସମ୍ପର୍କକୁ ଓପନଲି ସଭିଁଙ୍କ ସାମ୍ନାରେ ରଖିଥିଲେ କିଥ୍ ଓ ରୋସେଲ୍ ।

keeth rochelleଏହାପରେ ସବୁ ପାର୍ଟି, ଫଙ୍କସନ୍ ଓ ଇଭେଂଟ୍ରେ ଏକାଠି ନଜର ଆସିଲେ ଏହି ଯୋଡି । ଏମିତି କି ଦୁହିଁଙ୍କୁ ଅନେକ ରିୟାଲିଟି ଶୋରେ ବି ଏକାଠି ଦେଖିବାକୁ ମିଳିଲା । କ୍ୟାମେରା ଆଗରେ ସବୁବେଳେ ନିଜ ପ୍ରେମକୁ ଖୁଲମଖୁଲା ପ୍ରକାଶ କରୁଥିବା ଏହି ଯୋଡି କିନ୍ତୁ ଗୁପଚୁପ୍ ଭାବେ କରିଛନ୍ତି ବିବାହ ।

ଗୋଆରେ ବିଚ୍ ୱେଡିଂ କରିଛନ୍ତି ଟେଲିଭିଜନ୍ର ଏହି ଲୋକପ୍ରିୟ କପଲ୍ । ଦୁହେଁ ଗୋଆରେ ଖ୍ରୀଷ୍ଟିଆନ୍ ମାରେଜ୍ କରିଛନ୍ତି । ଆଉ ବିବାହ ପରେ ମାରେଜର କିଛି ଖାସ୍ ଫଟୋକୁ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି ଉଭୟ କିଥ୍ ଓ ରୋସେଲ୍ । ଧଳା ରଙ୍ଗର ଗାଉନରେ ରୋସେଲ୍ ବ୍ରାଇଡ୍ ବେଶରେ ବେଶ ଆଟ୍ରାକ୍ଟିଭ୍ ଲାଗୁଥିବାବେଳେ ନୀଳ ରଙ୍ଗର ସୁଟରେ ବହୁତ ହ୍ୟାଣ୍ଡସମ୍ ଲାଗୁଛନ୍ତି କିଥ୍ ।

ଉଭୟ କିଥ୍ ଓ ରୋସେଲ୍ ଟିଭି ଉପସ୍ଥାକ ଭାବେ ନିଜ କ୍ୟାରିୟର୍ ଆରମ୍ଭ କରିଥିଲେ । ଏହାପରେ ମଡେଲିଂରେ ଉଭୟ ମଧ୍ୟ ହାତେଇଛନ୍ତି ସଫଳତା । ଏବେ ନିଜ ଜୀବନର ସେକେଣ୍ଡ ଇନିଂସ୍ ଆରମ୍ଭ କରିଛନ୍ତି କିଥ୍ ଓ ରୋସେଲ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More