Only for Entertainment

ବିଗ ବସ ଏକା ହୋଷ୍ଟ କରିବେ ନାହିଁ ସଲମାନ,ସାଥ ଦେବେ ଏକ୍ସ ଗର୍ଲଫ୍ରେଣ୍ଡ ।

aajtak
0 41

ଟିଭିର ପପୁଲାର ଶୋ ବିଗବସ ୧୨ର ଅଡ଼ିସନ ଆରମ୍ଭ ହୋଇସାରିଛି । ବିଗବସ ହୋଷ୍ଟ ଭାବରେ କେବଳ ଜଣଙ୍କ ନାମ ଆସେ ଏବଂ ସେ ହେଉଛନ୍ତି ସଲମାନ । କାରଣ ସଲମାନ କେବଳ ଏହି ଶୋ’କୁ ମଜାଦାର କରିପାରିବେ । କିନ୍ତୁ ଆଜତକର ରିପୋର୍ଟ ଅନୁସାରେ ଏଥର ସଲମାନ ଏକା ଶୋ’କୁ ହୋଷ୍ଟ କରିବେ ନାହିଁ । ତାଙ୍କ ସହିତ ଜଣେ ଅଭିନେତ୍ରୀ ମଧ୍ୟ ନଜର ଆସିପାରନ୍ତି ।

ଖବର ଅନୁସାରେ ଏଥର ବିଗ ବସ ୧୨ର ଥିମ ଯୋଡ଼ି ମାନଙ୍କୁ ନେଇ କରାଯାଇଛି । ତେଣୁ ଏଥର ଘରେ ଯୋଡ଼ି ମାନଙ୍କର ପ୍ରବେଶ ହେବ ଏବଂ ଟିମ ଯୋଡ଼ି ଖୋଜିବା ଆରମ୍ଭ କରି ସାରିଛନ୍ତି ।

ଏହି ଶୋ’ରେ ସଲମାନଙ୍କ ଯୋଡ଼ି ଭାବେ କ୍ୟାଟ୍ରିନା ନଜର ଆସିବେ ବୋଲି ଶୁଣିବାକୁ ମିଳୁଛି । ସେ ମଧ୍ୟ ବିଗବସର ହୋଷ୍ଟ କରିପାରନ୍ତି । କ୍ୟାଟଙ୍କର ଏବେ ସଲମାନଙ୍କ ସହିତ ଭଲ ସଂପର୍କ ମଧ୍ୟ ରହିଛି ।

ଗତବର୍ଷ କ୍ୟାଟ୍ରିନା ବିଗବସର ଏକ ୱିକେଣ୍ଡ କା ବାରରେ ସଲମାନଙ୍କ ସହିତ ନଜର ଆସିଥିଲେ । ତେବେ ସେ ତାଙ୍କ ଫିଲ୍ମ ଟାଇଗର ଜିନ୍ଦା ହୈର ପ୍ରମୋଶନ ପାଇଁ ଆସିଥିବା ଦେଖିବାକୁ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More