Only for Entertainment

ବିଗ ବସ ପ୍ରତିଯୋଗୀ ମନୁ ପଂଜାବୀଙ୍କ ‘ଚିଚି ଚ୍ୟାଲେଞ୍ଜ’, ଭିଡିଓ ହେଲା ଭାଇରାଲ ।

SpotboyE
0 63

କିଛି ଦିନ ପୂର୍ବେ ‘କିକି ଚ୍ୟାଲେଞ୍ଜ’ ଇଣ୍ଟରନେଟରେ ଧୁମ ମଚାଇଥିଲା । ଏହି ଚ୍ୟାଲେଞ୍ଜର ଫିବର କେବଳ ହଲିଉଡ ନୁହେଁ ବଲିଉଡ ଏବଂ ଟିଭି ସେଲିବ୍ରିଟିଙ୍କ ବ୍ୟତିତ ସାଧାରଣ ଲୋକଙ୍କ ଉପରେ ଚଢିଥିଲା । କିନ୍ତୁ ଏବେ ଏକ ନୂଆ ଚ୍ୟାଲେଞ୍ଜ ସାମ୍ନାକୁ ଆସିଛି । ତାହାର ନାମ ରହିଛି ‘ଚିଚି ଚ୍ୟାଲେଞ୍ଜ’ । ଏହି ଚ୍ୟାଲେଞ୍ଜକୁ ବିଗ ବସ ପ୍ରତିଯୋଗୀ ମନୁ ପଂଜାବୀ ଆରମ୍ଭ କରିଛନ୍ତି ।

ମନୁ ସେସିଆଲ ମିଡିଆ ପ୍ଲାଟଫର୍ମ ଇଂଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ସେ ଗୋବିନ୍ଦାଙ୍କ ଫିଲ୍ମ ‘ଦୁହ୍ଲେ ରାଜା’ର ସୁପରହିଟ ଡ୍ୟାନ୍ସ ନମ୍ବର ‘କ୍ୟା ଲଗତି ହେ ହାୟ ରବ୍ୱା…’ରେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି । ମନୁ କିକି ଚ୍ୟାଲେଞ୍ଜ ଅନ୍ଦାଜରେ ଚଳନ୍ତା ଗାଡିରୁ ଓହ୍ଲାଇ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି । ଏହି ଚ୍ୟାଲେଞ୍ଜର ନାମ ‘ଚିଚି ଚ୍ୟାଲେଞ୍ଜ’ ଏଥିପାଇଁ ରଖାଯାଇଛି କାରଣ ସୁପରଷ୍ଟାର ଗୋବିନ୍ଦାଙ୍କ ନାମ ‘ଚିଚି’ ଅଟେ । ମନୁ ଏହି ଭିଡିଓ ସେୟାର କରି ଲେଖିଥିଲେ, Htao #kikichallenge #chichi bhaiya hai na..

 

 କହିରଖୁଛୁ ଯେ, ମନୁଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହା ସହିତ ଭିଡିଓ ଦେଖିବା ପରେ ଫ୍ୟାନ୍ସ ମନୁଙ୍କ ଉପରେ ନିରାଶ ହୋଇଛନ୍ତି । କାରଣ ଏହି ଚ୍ୟାଲେଞ୍ଜ କାରଣଙ୍କୁ କିଛି ଦିନରୁ ଅନେକ ଆକ୍ସିଡେଣ୍ଟ ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More