Only for Entertainment

କିଭଳି ହେବ ବିଗବସର ନୂଆ ମଡେଲ, ସଲମାନ ଖୋଲିଲେ ରାଜ,ଦେଖନ୍ତୁ ପ୍ରମୋ ଭିଡ଼ିଓ ।

youtube
0 41

ବିଗ ବସ ୧୨କୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ବଢିବାରେ ଲାଗିଛି । ଏହି ଥର ଶୋ’ର ଫର୍ମାଟକୁ କିଛି ମାତ୍ରାରେ ବଦଳାଇ ଦିଆ ଯାଇଛି । ଏହି ଥର ଶୋ’ରେ ପ୍ରତିଯୋଗୀ ଯୋଡ଼ିଦାର ହୋଇ ଆସିବେ । ନିକଟରେ ପ୍ରମୋ ରିଲିଜରେ ଏହାର ଉଦାହରଣ ନଜର ଆସିଛି । ସଲମାନ ବିଗ ବସ ୧୨ର ପ୍ରମୋରେ ଏହି କଥା କହିଛନ୍ତି ।

ରାଜ ନାୟକ ପ୍ରମୋ ସୁଟ୍ର ଭିଡ଼ିଓ ସେୟାର କରିଛନ୍ତି । ପ୍ରମୋରେ ମାମୁଁ ଭଣଜା ମଧ୍ୟରେ ଭିନ୍ନ ପ୍ରକାରର ସଂପର୍କ ଦେଖିବାକୁ ମିଳିଛି । ଯେଉଁଥିରେ ମାମୁଁକୁ ବିନା ନ ପଚାରି ଭଣଜା କିଛି ମଧ୍ୟ କରୁନାହିଁ । ସଲମାନ ଏହି ମାମୁଁ ଭଣଜା ସଂପର୍କ ସହିତ କହିଛନ୍ତିଯେ କେଉଁଭଳି ଯୋଡ଼ି ଏଥିରେ ଯୋଗ ଦେବେ । ପ୍ରମୋରୁ ଜଣାପଡ଼ୁଛି ଏହି ଥର ବିଗବସ ଅନ୍ୟ ସିଜନ ମାନଙ୍କ ଠାରୁ ସଂପୂର୍ଣ୍ଣ ଭିନ୍ନ ହେବ ।

 

ଏହି ଥର ଶୋ’ରେ ୩ ଜଣ କମନର ହେଲେ ୩ ଜଣ ସେଲିବ୍ରେଟୀ ରହିବେ । ୨୧ରୁ ୧୨ ଜଣ ଯୋଡ଼ିଦାର ହେବେ । ବଳକା ୯ରେ ୩ ଜଣ କମନର ଏବଂ ୬ ଜଣ ପ୍ରତିଯୋଗୀ ରହିବେ । ଶୋ’ର ପ୍ରଥମ ଦିନରେ ସଲମାନ ସେହି ୬ ଜଣଙ୍କୁ ଯୋଡ଼ି ବନାଇବେ ।

ଫିଲ୍ମ କଥା ଆଲୋଚନା କରିବା ତ ସଲମାନ ଏବେ ଫିଲ୍ମ ଭାରତର ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମର ନିର୍ଦ୍ଦଶନା ଦେଉଛନ୍ତି ଅଲ୍ଲି ଅବାସ ଜଫର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More