Only for Entertainment

ଟେଲିକାଷ୍ଟ ହେବା ପୂର୍ବରୁ ଲିକ ହେଲା ‘ବିଗବସ୧୩’ର ପ୍ରଥମ ଏପିସୋଡ !

31

୨୯ସେପ୍ଟେମ୍ବର ଅର୍ଥାତ ଆଜି ରାତିରେ ବିଗବସ ସିଜନ ୧୩ଟେଲିକାଷ୍ଟ ହେବାକୁ ଯାଉଛି । କିନ୍ତୁ ଶୋ’ର ଟେଲିକାଷ୍ଟ ପୂର୍ବରୁ ଶୋ ପାଇଁ ଅଶୁଭ ଖବର ଶୁଣିବାକୁ ମିଳିଛି । ଅସଲରେ ଆଜି ରାତି ବିଗବସ ଗ୍ରାଣ୍ଡ ପ୍ରିମିଅର ନାଇଟ ଏପିସୋଡ ଟିଭିରେ ଟେଲିକାଷ୍ଟ ହେବାର ଥିଲା । କିନ୍ତୁ ଏବେ ଏହାର ଭିଡିଓ ସୋସିଆଲ ମିଡିଆରେ ଲିକ ହୋଇଯାଇଛି ।

ବିଗବସର ଏହି ଗ୍ରାଣ୍ଡ ପ୍ରିମିଅର ନାଇଟରେ ରଶ୍ମି ଦିଶାଇ, ଦେବୋଲିନା ଭଟ୍ଟାଚାର୍ଯ୍ୟ ଏବଂ ସିଦ୍ଧାର୍ଥ ଶୁକ୍ଳା ଜବରଦସ୍ତ ପରଫର୍ମାନ୍ସ କରୁଥିବାର ନଜର ଆସିଛନ୍ତି । ଭିଡିଓରେ ରଶ୍ମିଙ୍କ ଚେହେରା ଭଲ ଭାବେ ଦେଖାଯାଉନାହିଁ କିନ୍ତୁ ଖବର ମୁତାବକ ରଶ୍ମି ଦିଶାଇ ଆସିବା ନିଶ୍ଚିତ ଅଟେ ।

ଭିଡିଓରେ ପ୍ରତିଯୋଗୀଙ୍କ ପରଫର୍ମାନ୍ସ ଦେଖି ଆପଣ ଅନୁମାନ ଲଗାଇ ପାରୁଥିବେ ଆଜି ରାତି କେତେ ମସ୍ତିଭରା ରହିବ । ଆଜି ରାତି ଅର୍ଥାତ ୨୯ସେପ୍ଟେମ୍ବର ବିଗବସ ଶୋ’ ଜୋରଦାର ଏଂଟ୍ରି କରିବାକୁ ଯାଉଛି । ଆଜି ଶୋ’ରୁ ସମସ୍ତ ପରଦା ଉଠିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More