Only for Entertainment

‘ବିଗ ବସ ୧୩’ ହାଉସରେ ଦେଖିବାକୁ ମିଳିଲା ସଲମାନ ଖାନ-ମାଧୁରୀ ଦିକ୍ଷୀତଙ୍କ ଡ୍ୟାନ୍ସର ଜଲୱା, ଦେଖନ୍ତୁ ଭିଡିଓ

Latestly
31

ଦୁଇଦିନ ପରେ ‘ବିଗ ବସ ୧୩’ ଆରମ୍ଭ ହେବାକୁ ଯାଉଛି । ସଲମାନ ଖାନଙ୍କ ଉପସ୍ଥିତିରେ ଶୋ’ର ଗ୍ରାଣ୍ଡ ଲଂଚି ମଧ୍ୟ ହୋଇସାରିଛି । ଏହା ସହିତ ପ୍ରତିଯୋଗୀଙ୍କୁ ନେଇ ଅନେକ ଖୁଲାସା ମଧ୍ୟ ହୋଇସାରିଛି । କିନ୍ତୁ ପ୍ରତିଯୋଗୀଙ୍କୁ ନେଇ ଏପର୍ଯ୍ୟନ୍ତ କିଛି ଫାଇନାଲ ଲିଷ୍ଟ ସାମ୍ନାକୁ ଆସିନାହିଁ । ପ୍ରତ୍ୟେକ ବର୍ଷ ସଲମାନ ଖାନଙ୍କ ଉପରେେ ଦର୍ଶକଙ୍କ ପୂରା ଧ୍ୟାନ ରହିଥାଏ । ଚଳିତ ବର୍ଷ ମଧ୍ୟ ସଲମାନ ଖାନଙ୍କ ଉପରେ ଦର୍ଶକଙ୍କ ନଜର ରହିବ ।

ବିଗ ବସର ନୂଆ ଘରକୁ ନେଇ ଏବେ ଠାରୁ ହିଁ ଚର୍ଚ୍ଚା ହେବାରେ ଲାଗିଛି । ଇତି ମଧ୍ୟରେ ସଲମାନ ଖାନ ଅଭିନେତ୍ରୀ ମାଧୁରୀଙ୍କ ସହିତ ପୂରା ଘରର ଟୁର କରିଛନ୍ତି । ସଲମାନ ମାଧୁରୀଙ୍କୁ ଘରର କିଚେନ ସହିତ ଅନ୍ୟ ସ୍ଥାନ ବୁଲି ଦେଖାଇଛନ୍ତି । ଏହି ଭିଡିଓ ଜରିଆରେ ମାଧୁରୀ ଡ୍ୟାନ୍ସ ଦିୱାନେର ପ୍ରମୋଶନ କରିଛନ୍ତି । ଏହି ଶୋ’ର ଗ୍ରାଣ୍ଡ ଫିନାଲେ ଆଜି ଅର୍ଥାତ ୨୮ ସେପ୍ଟେମ୍ବର ଟେଲିକାଷ୍ଟ ହେବ ।

ବିଗ ବସ ହାଉସରେ ସଲମାନ ମାଧୁରୀ ପହଁଚିବା ପରେ ଡ୍ୟାନ୍ସ ମଧ୍ୟ କରିଥିଲେ । ଦୁହିଁଙ୍କ ଏହି ଡ୍ୟାନ୍ସ ଭିଡିଓକୁ ଏବେ ସୋସିଆଲ ମିଡିଆରେ ଲୋକେ ଖୁବ ପସନ୍ଦ କରିଛନ୍ତି । ବିଗ ବସ ଟ୍ୱିଟର ହ୍ୟାଣ୍ଡେଲରେ ଏହି ଭିଡିଓକୁ ସେୟାର କରାଯାଇଛି ।

ଦେଖନ୍ତୁ ଭିଡିଓ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More