Only for Entertainment

ଶ୍ରୀସନ୍ଥ: ସୁରଭି ଯେଉଁ କାମ କରିଥିଲେ ତାହାକୁ ଭୁଟରେ ଦେଖାଯାଇ ନାହିଁ । ମୋତେ ଭିଲେନ କରିଦିଆଯାଇଛି ।

aajtak
21

ବିଗବସ ଘରୁ ବାହାରକୁ ଆସିବା ପରେ ଶ୍ରୀସନ୍ଥ ବିଗବସକୁ ନେଇ କିଛି କଥା କହିଛନ୍ତି । ଶ୍ରୀ ସୁରଭି ରାଣାଙ୍କୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଯେଉଁଥିରେ ତାଙ୍କର କିଛି ଆପତ୍ତି ନଜର ଆସିଛି ।

ଏକ ଇଂଟରଭ୍ୟୁ ସାକ୍ଷାତକାରରେ ଶ୍ରୀସନ୍ଥ କହିଛନ୍ତିଯେ ବିଗବସ ଘରେ ପ୍ରତିଯୋଗୀଙ୍କ ପାଇଁ କିଛି ନିୟମ ଥିଲା ଯାହାକୁ ସେମାନେ ଉଲଙ୍ଘନ କରିପାରିବେ ନାହିଁ । ତଥାପି କିଛି ପ୍ରତିଯୋଗୀ ଏଭଳି କରିଛନ୍ତି ଏବଂ ତାହା କାହାକୁ ଦେଖା ଯାଇନାହିଁ । ଏହାକୁ ନିର୍ମାତା ଦେଖାଇ ନାହାଁନ୍ତି । ସୁରଭି ଦୀପିକା କକ୍କରଙ୍କ ବେକକୁ ଏତେ ଜୋରରେ ଧରିଥିଲେଯେ ସେ ପଡ଼ିଗଲେ,କିନ୍ତୁ ଏହାକୁ ଦେଖା ଯାଇନାହିଁ । ତାଙ୍କ ବିରୁଦ୍ଧରେ କୌଣସି ପ୍ରତିକ୍ରିୟା ନିଆଯାଇନାହିଁ । ଏହାକୁ ଭୁଟ ଆପରେ ଦେଖାଯାଇନାହିଁ । ସୁରଭି ସୃଷ୍ଟି ରୋଡ଼େଙ୍କ କେଶକୁ ଏତେ ଜୋରରେ ଟାଣିଥିଲେ ତାହା ମଧ୍ୟ ଦେଖାଯାଇନାହିଁ । ଦୌଡ଼ରେ ସୃୃଷ୍ଟି ଜସଲିନଙ୍କୁ ଏତେ ଜୋରରେ ଧରିଲେଯେ ଜସଲିନ ସ୍ଲାବରେ ଯାଇ ପିଟି ହୋଇଗଲେ । ଏହାକୁ ମଧ୍ୟ ଦେଖା ଯାଇନାହିଁ । ତାହା ଦେଖାଯାଇଛି ଯାହା ନିର୍ମାତା ଦେଖାଇବାକୁ ଚାହୁଁଥିଲେ । ମୋତେ ଭିଲେନ ଭଳି ଦେଖାଯାଇଛି । ୯ ସପ୍ତାହରେ ମୁଁ କରଣବୀରଙ୍କ ନିକଟକୁ ଯାଇ କହିଥିଲିଯେ ମୋ କହିବାର ଅର୍ଥ ତାହା ନଥିଲା,ଏହା ମଧ୍ୟ ଦେଖାଯାଇ ନାହିଁ । ତଥାପି ଏବେ ମଧ୍ୟ କରଣବୀର ଏବଂ ଶ୍ରୀଙ୍କ ସଂପର୍କ ଭଲ ରହିଛି । ସୃଷ୍ଟି ତାଙ୍କ ଇଂଷ୍ଟା ଆକାଉଂଟରେ ଏକ ଫଟୋ ଶେୟାର କରିଛନ୍ତି ଯେଉଁଥିରେ ଶ୍ରୀଙ୍କ ପରିବାର ସହିତ କରଣ ଏବଂ ତାଙ୍କ ପତ୍ନୀ ଓ ସୃଷ୍ଟି ମଧ୍ୟ ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More