Only for Entertainment

ବିଗବସର ଧମାକାଦାର ପ୍ରୋମୋ ରିଲିଜ, ସୁପରଷ୍ଟାର ହୋଷ୍ଟ କହିଛନ୍ତି- ସବୁବେଳେ ଯାହା ଦେଖାଯାଏ ତାହା ହୋଇ ନଥାଏ ।

khabar NDTV
0 54

ବିଗବସ ଏଭଳି ଏକ ରିଆଲିଟି ସୋ ଅଟେ ଯାହା ଯେଉଁ ଭାଷାରେ ଆସୁ ନା କାହିଁକି ଜମେଇକି ଧୁମ ମଚାଇଛି । ବିବାଦୀୟ ସୋ ବିଗବସକୁ ସମସ୍ତ ଭାଷାରେ ଦର୍ଶକ ପସନ୍ଦ କରିଛନ୍ତି । ଏବେ ବିଗବସର ତାମିଲ ଭର୍ସନରେ ସିଜନ-୨ ଆରମ୍ଭ ହେବାକୁ ଯାଉଅଛି । ଏହାର ପ୍ରମୋ ଖୁବ ଜବରଦସ୍ତ ହୋଇଛି ଏବଂ ଏହି ପ୍ରମୋ କରିଛନ୍ତି ସାଉଥ ସୁପରଷ୍ଟାର କମଲ ହାସନ । ବିଗବସ ତାମିଲର ପୂର୍ବ ସିଜନ ମଧ୍ୟ ଖୁବ ଭଲ ହୋଇଥିଲା ଏବଂ ଏହାକୁ ପ୍ରେଜେଂଟ ମଧ୍ୟ କମଲ ହାସନ କରିଥିଲେ । ବର୍ତ୍ତମାନ କମଲଙ୍କ ଲୋକପ୍ରିୟତା କିଛି ଦିନ ହେବ ଫିଲ୍ମ ସହ ରାଜନୀତିରେ ମଧ୍ୟ ବୃଦ୍ଧି ହେବାରେ ଲାଗିଛି ।

ଏବେ ଏକ ବିଗବସ ସିଜନ-୨ର ପ୍ରମୋ ଭିଡିଓ ରିଲିଜ ହୋଇଛି ଏଥିରେ କମଲ ହାସନ ଲୋକଙ୍କ ନଜର ଉପରେ କିଛି ଟିପ୍ପଣୀ ଦେଇ କହିଛନ୍ତି ଲୋକଙ୍କ ନଜର ଏବଂ ବୁଝିବା ଉପରେ ନିର୍ଭର କରେ କେଉଁ ଜିନିଷକୁ କିଭଳି ଭାବେ ନେବା ଉଚିତ ।

ଏହି ସୋ ରେ ୧୫ଜଣ ସଦସ୍ୟ ଭାଗ ନେବେ । ଏହି ସିଜନ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ପ୍ରଥମ ସିଜନ ଭଳି ଦ୍ୱିତୀୟ ସିଜନ ସଫଳତା ହାସଲ କରିବ ବୋଲି ମେକର୍ସ ଆଶାବାଦୀ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More