Only for Entertainment

ରିଲିଜ ହେଲା ବିଜୁବାବୁ ଫିଲ୍ମର ଆଉ ଏକ ରୋମାଂଟିକ ସଙ୍ଗ ‘ବାଟବଣା ଆଜି ଯଉଠି’ର ମେକିଂ ଭିଡିଓ !

70

ଓଡିଶା ଜନଜୀବନର ମହାନାୟକ ତଥା ଓଡିଶାର ବାଜ ବୋଲାଉଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଆଦର୍ଶକୁ ଆଧାର କରି “ବିଜୁବାବୁ” ଚଳଚ୍ଚିତ୍ର ନିର୍ମାଣ କରାଯାଉଛି । ଫିଲ୍ମ ରିଲିଜ୍କୁ ଆଉ ଅଳ୍ପ ଦିନ ବାକି ରହିଥିବାବେଳେ, ଚଳଚ୍ଚିତ୍ର ବିଜୁ ବାବୁ ର ରୋମାଂଟିକ୍ ଗୀତ ‘ବାଟବଣା ଆଜି ଯଉଠି’ ମେକିଂ ଭିଡିଓ ମୁକ୍ତିଲାଭ କରିଛି ।  ଆଉ ଏହି ରୋମାଂଟିକ୍ ଗୀତରେ ଶୁଣିବାକୁ ମିଳିଛି ହ୍ୟୁମାନ୍ ସାଗର ଓ ଅନନ୍ୟା ଶ୍ରୀତମ ନନ୍ଦଙ୍କ ଆକର୍ଷଣୀୟ ଗାୟିକି ।

ନିଜ ଆକର୍ଷଣୀୟ ସଙ୍ଗୀତ ଜରିଆରେ ଓଡିଆ ଇଣ୍ଡଷ୍ଟ୍ରୀରେ ଲୋକପ୍ରିୟ ହୋଇପାରିଛନ୍ତି ମ୍ୟୁଜିକ୍ ଡିରେକ୍ଟର୍ ପ୍ରେମ ଆନନ୍ଦ । ଆଉ ଏହି ଗୀତରେ ବି ଶୁଣିବାକୁ ମିଳିଛି ତାଙ୍କ ସଙ୍ଗୀତର ଯାଦୁ । ଚଳଚ୍ଚିତ୍ର ବିଜୁ ବାବୁ ଏକ ଭିନ୍ନ କାହାଣୀକୁ ନେଇ ଗତିଶୀଳ ହୋଇଛି । ଆକ୍ସନ୍, ରୋମାନ୍ସ ଓ ସାମାଜିକ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଏହି ସିନେମାଟି । ନୀଳ ମାଧବ ପଣ୍ଡା, ଅକ୍ଷୟ ପରିଜା ଓ ପ୍ରକାଶ ଫିଲ୍ମସ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଦେବି ପ୍ରଶାଦ ଲେଙ୍କା ଓ ବିଶାଲ୍ ମୌର‌୍ୟା । ଖୁବଶୀଘ୍ର ପରଦାକୁ ଆସିବ ଏହି ଫିଲ୍ମ । ସିନେମାରେ ସଙ୍ଗୀତ ଦେଇଛନ୍ତି ଖ୍ୟାତନାମା ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More