Only for Entertainment

ବିଗ ବସ ପରେ ବକ୍ସିଂ କରୁଥିବାର ନଜର ଆସିବେ ବିକାଶ ଗୁପ୍ତା ।

india today
0 49

ଟିଭି କ୍ୱିନ ଏକତା କପୁର ପ୍ରଯୋଜକ ବିକାଶ ଗୁପ୍ତାଙ୍କ ସହିତ ଆସୁଥିବା ଏକ ୱେବ ସିରିଜ ପଂଜ ବିଟ୍ର ଫଟୋ ସେୟାର କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଆଗାମୀ ଦିନରେ କାମ କରିବାକୁ ଥିବାରୁ ବିକାଶ ଗୁପ୍ତା ଖୁବ ଉତ୍ସାହିତ ଅଛନ୍ତି ଏବଂ ଖୁସି ମଧ୍ୟ ଅଛନ୍ତି ।

ବିଗ ବସରେ ଖୁବ ଏଂଟରଟେନ କରାଇଥିବା ବିକାଶ ଗୁପ୍ତା ପୁଣିଥରେ ଏକ ନୂଆ ଶୋ’ରେ ଲୋକଙ୍କୁ ଏଂଟରଟେନ କରିବେ । ଶୋ’ର ବାକି ଷ୍ଟାର କାଷ୍ଟଙ୍କ ବିଷୟରେ ପରେ ଜଣାଯିବ ।

ଏହି ଶୋ ପାଇଁ ଉତ୍ସାହିତ ଥିବା ଏବଂ ନର୍ଭସ ଥିବା କଥା ସେ ଏକତାଙ୍କୁ ଟ୍ୱିଟ କରି ଲେଖିଛନ୍ତି । ବିକାଶ ଏହା ପୂର୍ବରୁ ବାଲାଜୀ ୱେବ ସିରିଜର କ୍ଲାସ ୨୦୦୭କୁ ପ୍ରଡ୍ୟୁସ କରି ସାରିଛନ୍ତି । ଇଣ୍ଡିଆ ଟୁଡେକୁ ଦେଇଥିବା ଇଂଟରଭ୍ୟୁରେ ବିକାଶ ଏହି ଶୋ ବିଷୟରେ ସୂଚନା ଦେଇଛନ୍ତି । ଏହା ଏକ ବକ୍ସିଂ ଶୋ ବୋଲି ମଧ୍ୟ ସେ କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More