Only for Entertainment

ବିକ୍କୀ କୌଶଲଙ୍କ ମତରେ ତାଙ୍କ ଚେହେରା ହିରୋ ଭଳି ନୁହେଁ !

34

୨୦୧୯ ଆରମ୍ଭରେ ବିକ୍କୀ କୌଶଲଙ୍କ ସୁପରହିଟ ଫିଲ୍ମ ‘ଉରୀ ଦ ସର୍ଜିକାଲ ଷ୍ଟ୍ରଇକ’ରୁ ଆରମ୍ଭ ହୋଇଥିଲା ।ଏହି ଫିଲ୍ମ ପାଇଁ ବିକ୍କୀଙ୍କୁ ନ୍ୟାସନାଲ ଆୱାର୍ଡ ମଧ୍ୟ ମିଳିଥିଲା । ବିକ୍କୀ ଙ୍କ ପାଖରେ ସୁଜିତ ସରକାରଙ୍କ ଫିଲ୍ମ ‘ଉଦ୍ଧମ ସିଂ’ ଏବଂ କରଣ ଜୋହର ଙ୍କ ଫିଲ୍ମ ‘ତଖ୍ତ’ଭଳି ବଡ ଫିଲ୍ମ ରହିଛି । ଏହାବ୍ୟତୀତ ମେଘନା ଗୁଲଜରଙ୍କ ନିର୍ଦେଶନାରେ ପ୍ରସ୍ତୁତ ଫିଲଡ଼ ମର୍ଶଲ ସାମ ମାନେକସାଙ୍କ ବୟୋପିକରେ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ।

ନିକଟରେ ମିଡ଼ିଆ ସହ କଥା ହେବାବେଳେ କହିଥିଲେ ତାଙ୍କୁ ଲାଗୁଛି ତାଙ୍କ ଚେହେରା ହିରୋ ଭଳି ବିଲକୁଲ ନୁହେଁ । ବିକ୍କୀ କହିଛନ୍ତି ଯେ ସେ ଖୁବ ଖୁସି ଅଛନ୍ତି କାରଣ କିଛି ବର୍ଷ ହେବ ହିରୋ ଙ୍କ ଛବିରେ ଅନେକ ପରିବର୍ତ୍ତନ ଆସିଛି ଯେଉକାରଣରୁ ସାମାନ୍ୟ ଚେହେରା ଥିବା ଲୋକଙ୍କୁ ହିରୋ ଭୂମିକା ମିଳୁଛି ।

ବିକ୍କୀ କହିଛନ୍ତି କଲେଜ ଦିନରେ ସେ ଭାବି ନେଇଥିଲେ ଯେ ସେ ଇଂଜିନିୟର ହେବେ ନାହିଁ । ନିକଟରେ ତାଙ୍କୁ ଏହା ମଧ୍ୟ ଲାଗୁଥିଲା ଯେ ତାଙ୍କ ଚେହେରା ହିରୋ ଭଳି ନୁହେଁ । ବିକ୍କୀ ଙ୍କ ମତରେ ଅସଲରେ ହିରୋ ହେବା ପାଇଁ ଚକଲେଟି ମୁହଁ ହେବ ଜରୁରୀ, ମାତ୍ର ସେ ତୁଳନାରେ ବିକ୍କୀ ଦୁର୍ବଳ ଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More