Only for Entertainment

ବିନୀତାଙ୍କ ଅଭିଯୋଗ ପରେ ସଂସ୍କାରୀ ଆଲୋକନାଥଙ୍କୁ ନୋଟିସ୍‌

indianexpress.com
21

ବିନୀତା ସଂସ୍କାରୀ ବାବୁଜୀ ଆଲୋକନାଥଙ୍କ ଉପରେ ଦୁଷ୍କର୍ମର ଅଭିଯୋଗ ଆଣିଛନ୍ତି । ଯାହାକୁ ନେଇ ସୋସିଆଲ ମିଡିଆରେ ଏବେ ଖୁବ ଚର୍ଚ୍ଚା ଚାଲିଛି ଏବଂ ଆଲୋକନାଥଙ୍କୁ ଖୁବ ନିନ୍ଦା କରାଯାଉଛି । କେବଳ ସେତିକି ନୁହେଁ ଏହି ଘଟଣା ସାମ୍ନାକୁ ଆସିବା ପରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଭାବ ଦେଖିବାକୁ ମିଳିଛି । ଦୀର୍ଘ ୨୦ ବର୍ଷ ପରେ ଏହି ଅଭିଯୋଗ ଆଣିଛନ୍ତି ୯୦ ଦଶକର ପ୍ରସିଦ୍ଧ ଶୋ’ ‘ତାରା’ର ପ୍ରଯୋଜକ ବିନୀତା ନନ୍ଦା। ଯାହା ଫଳରେ metoo ଏବେ ସଂସ୍କାରୀ ଅଭିନେତା ଆଲୋକ ନାଥଙ୍କ କବାଟ ଠକ୍‌ଠକ୍‌ କରିବାକୁ ପଛଘୁଞ୍ଚା ଦେଇନି।


ଅଭିଯୋଗ ପରେ ସିନେ ଆଣ୍ଡ୍‌ ଟିଭି ଆର୍ଟିଷ୍ଟ ଆସୋସିଏସନ୍‌(ସିଣ୍ଟା) ଆଲୋକ ନାଥଙ୍କୁ କାରଣ ଦର୍ଶାଅ ନୋଟିସ୍‌ ପଠାଯିବା ନେଇ ଘୋଷଣା କରିଛନ୍ତି ଏହାର କାର୍ଯ୍ୟକାରିଣୀ ସଦସ୍ୟ ସୁଶାନ୍ତ ସିଂହ।

ସୂଚନାଯୋଗ୍ୟ ଯେ, ଗତକାଲି ବିନୀତା ଅଭିଯୋଗ ଆଣିଥିଲେ ଏହି ଶୋ’ ସମୟରେ ଏକ ପାର୍ଟିରେ ଯୋଗଦେବା ସମୟରେ ତାଙ୍କ ଡ୍ରିଙ୍କ୍‌ସକୁ ମିକ୍ସ କରିଦିଆଯାଇଥିଲା। ସେ ନିଶାସକ୍ତ ଅବସ୍ଥାରେ ଚାଲି ଚାଲି ଘରକୁ ଯିବା ସମୟରେ ଆଲୋକ ତାଙ୍କୁ ଛାଡ଼ିଦେବେ କହିଥିଲେ।

ସକାଳେ ନିଦ ଭାଙ୍ଗିବାପରେ ସେ ନିଜକୁ ନିଜ ଘରେ ହିଁ ଆବିଷ୍କାର କରିଥିଲେ। ଆଉ ନିଜକୁ ଯେଉଁ ଅବସ୍ଥାରେ ଆବିଷ୍କାର କରିଥିଲେ, ତାଙ୍କ ପାଦତଳୁ ମାଟି ଖସିଯାଇଥିଲା। ତାଙ୍କୁ ଦୁଷ୍କର୍ମ କରାଯାଇଥିବା ନିଶ୍ଚିତ ଥିଲେ ମଧ୍ୟ ଲୋକଲଜ୍ଜା ଏବଂ କ୍ୟାରିୟର ସରିଯିବାକୁ ଡରି ସେ ଚୁପ୍‌ ରହିଥିଲେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More