Only for Entertainment

ମୃତ୍ୟୁ ସହିତ ଲଢୁଛନ୍ତି ଦିବ୍ୟାଙ୍ଗ ଡ୍ୟାନ୍ସର ବିନୋଦ ଠାକୁର ।

zeenews
0 44

ଟିଭି ଶୋ ‘ନଚ ବଲିୟେ’ ଏବଂ ‘ଇଣ୍ଡିଆଜ ଗଟ ଟ୍ୟାଲେଂଟ’ ନିଜର ଟ୍ୟାଲେଂଟ ଦେଖାଇ ସାରିଥିବା ଦିବ୍ୟାଙ୍ଗ ବ୍ରେକ ଡ୍ୟାନ୍ସର ବିନୋଦ ଠାକୁରଙ୍କର ସ୍ୱାସ୍ଥ୍ୟବସ୍ଥା ଅଚାନକ ବିଗିଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ମୁତାବକ ତାଙ୍କୁ ଆଇସିୟୁରେ ରଖାଯାଇଛି ।

A post shared by vinod thakur (@vndthakur76) on

ବିନୋଦ ଏକ ୱାର୍ଲଡ ରେକର୍ଡ଼ କରିବାକୁ ଚାହୁଁଥିଲେ । ସେହି ସମୟରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏଭଳି ହୋଇଗଲା । ବିନୋଦ ୩୦ ଦିନ ମଧ୍ୟରେ ନିଜ ହ୍ୱିଲ ଚେୟାରରେ ଇଣ୍ଡିଆ ଗେଟ ଠାରୁ ଆରମ୍ଭ କରି ଗେଟ ୱେ ଅଫ ଇଣ୍ଡିଆ ପର୍ଯ୍ୟନ୍ତ ପୂରା କରିବାକୁ ଚାହୁଁଥିଲେ । ତେବେ ଏହା ସମୂଦାୟ ୧୫୦୦ କିଲୋମିଟର । ଏହାକୁ ପୂରଣ କରିବା ଏତେ ସହଜ ନୁହେଁ,ଏହାପରେ ମଧ୍ୟ ସେ ଏହା କରିବାକୁ ଚାହୁଁଥିଲେ ।

 

A post shared by vinod thakur (@vndthakur76) on

ଏକ ମିଡିଆ ରିପୋର୍ଟ ଅନୁସାରେ ସେ ଲକ୍ଷ୍ୟ ସ୍ଥଳରୁ ଖୁବ ନିକଟରେ ଥିଲେ କିନ୍ତୁ ପରିସ୍ଥିତି ବିଗିଡ଼ିଗଲା । ସେ ସଡ଼କରେ ପଡ଼ିଗଲେ । ସେ ଏହି ରେକର୍ଡ଼ କରିବା ପାଇଁ ଦିଲ୍ଲୀରୁ ୧୮ ମାର୍ଚ୍ଚରେ ବାହାରିଥିଲେ । ଡାକ୍ତରଙ୍କ କହିବା ଅନୁସାରେ ତାଙ୍କୁ ଡିହାଇଡ୍ରେସନ,ଲୋ ବିପି ଏବଂ ତାଙ୍କ ହାର୍ଟ ବିଟ ମଧ୍ୟ ଅନିୟମିତ ରହୁଛି । ଏବେ ସେ ଖୁବ ଗୁରୁତର ଅବସ୍ଥାରେ ଗତି କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More