Only for Entertainment

ଦୁନିଆର ଶାନଦାର ଡାନ୍ସର ଭିକ୍ଟୋରିଆ ମୋଡେଷ୍ଟା କାଟିଦେଇଥିଲେ ନିଜ ଗୋଡ, ଜାଣନ୍ତୁ ଏହାର କାରଣ !

37

ସେ ରହୁଛନ୍ତି ବ୍ରିଟେନରେ ମାତ୍ର ପୂରା ଦୁନିଆ ହେଉଛି ତାଙ୍କର ଘର । ତାଙ୍କର ଗୋଡ ନାହିଁ, କିନ୍ତୁ ସେ ଜଣେ ଖୁବ ଭଲ ଡାନ୍ସର । ଏଠାରେ ଆମେ ଆପଣଙ୍କୁ କହୁଛୁ ଭିକ୍ଟୋରିଆ ମୋଡେଷ୍ଟାଙ୍କ ବିଷୟରେ । ଯାହାର ଗୋଟିଏ ଗୋଡ ନାହିଁ ମାତ୍ର ତାଙ୍କୁ ପୂରା ବିଶ୍ୱ ଜାଣିଛି । ୩୧ବର୍ଷୀୟା ଭିକ୍ଟୋରିଆଙ୍କ ଗୋଡ କୌଣସି ଦୁର୍ଘଟଣାରେ କଙ୍କି ନାହିଁ ବରଂ ସେ ନିଜେ ନିଜ ଗୋଡକୁ କାଟି ଦେଇଛନ୍ତି ।

ଭିକ୍ଟୋରିଆଙ୍କର ପିଲାଦିନରୁ ଇଚ୍ଛା ଥିଲା ସେ ଜଣେ ଭଲ ଡ୍ୟାନ୍ସର ହେବେ। କିନ୍ତୁ ଦୁର୍ଭାଗ୍ୟବଶତଃ ଏକ ସଡ଼କ ଦୁର୍ଘଟଣାରେ ତାଙ୍କ ବାମ ପାଦରେ ଆଘାତ ଲାଗିଥିଲା। ତାଙ୍କୁ ଚାଲିବାରେ ବହୁତ କଷ୍ଟ ହେବା ସହ ଦରଜ ମଧ୍ୟ ହେଉଥିଲା। ଫଳରେ ସେ ଠିକ୍‌ ଭାବରେ ଡ୍ୟାନ୍ସ କରି ପାରୁ ନ ଥିଲେ। ପାଦ ଠିକ୍‌ କରିବାକୁ ସର୍ଜରୀ କରାଇଥିଲେ ମଧ୍ୟ କୌଣସି ଫଳପ୍ରଦ ହୋଇ ନ ଥିଲା। ଯେତେବେଳେ ତାଙ୍କୁ ୧୨ ବର୍ଷ ହୋଇଥିଲା ଯେତିକି କଷ୍ଟ ଅନୁଭବ କରୁଥିଲେ ୨୦ ବର୍ଷ ହେବା ପରେ ଗୋଡ଼ଟିକୁ କାଟିଦେବାକୁ ସେ ନିଷ୍ପତ୍ତି ନେଇଥିଲେ।

 

View this post on Instagram

 

A shining moment ⚡ Vid @nice_ars @bondhardware @micolragni @unitednude at @cinemoinetwork #cffas18 #bionicpopartist

A post shared by VIKTORIA | MODESTA (@viktoriamodesta) on

ଭିକ୍ଟୋରିଆ ତାଙ୍କ ଗୋଡ଼ କାଟି ଦେବା ପାଇଁ ଡାକ୍ତରଙ୍କୁ ୫ ମାସ ଧରି ଅନୁରୋଧ କରିବା ପରେ ଶେଷରେ ତାଙ୍କର ଗୋଡ଼ କଟା ଯାଇଥିଲା। ପିଲାଦିନରୁ ଗୋଡ଼ ପାଇଁ ଡ୍ୟାନ୍ସ କରିବାରେ ଯେଉଁସବୁ ଅସୁବିଧା ସୃଷ୍ଟି ହେଉଥିଲା କଟାଯିବା ପରେ ସେ ଭଲ ଭାବେ ଡ୍ୟାନ୍ସ କରି ପାରୁଛନ୍ତି। ଭିକ୍ଟୋରିଆ କୁହନ୍ତି, ତାଙ୍କର ସ୍ବପ୍ନ ଏବେ ପୂରଣ ହୋଇଛି। ଗୋଡ଼ କଟାଯିବା ପରେ ଭିକ୍ଟୋରିଆ ୨୦୧୨ରେ ଲଣ୍ଡନରେ ଅନୁଷ୍ଠିତ ହୋଇଥିବା ପାରାଅଲିମ୍ପିକର ଉଦ୍‌ଯାପନ ସମାରୋହରେ ସୁନ୍ଦର ନୃତ୍ୟ ପ୍ରଦର୍ଶନ କରିଥିଲେ। ଯେଉଁଥିପାଇଁ ସାରା ବିଶ୍ୱରେ ସେ ଆଜି ପରିଚିତ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More