Only for Entertainment

ଖୁବ ଶୀଘ୍ର ନିର୍ମାଣ ହୋଇପାରେ ଆଶାରାମ ବାପୁଙ୍କ ବାୟୋପିକ !

Bollywood
18

ବଲିଉଡରେ କିଛି ବର୍ଷ ହେବ ବାୟୋପିକ୍ ଫିଲ୍ମ ନିର୍ମାଣ ବହୁତ ବଢି ଗଲାଣି । ବର୍ତ୍ତମାନ ପର୍ଯ୍ୟନ୍ତ ନେତା, ଅଭିନେତା, ଓ ଖେଳାଳିଙ୍କ ଜୀବନୀ ଉପରେ ଫିଲ୍ମ ନିର୍ମାଣ ହୋଇ ସାରିଛି । ଏବେ କିନ୍ତୁ ଚର୍ଚ୍ଚା ଯୋର ଧରିଛି ଏକ ନୂଆ ବାୟୋପିକ୍ ଫିଲ୍ମକୁ ନେଇ । ଏହି ବାୟୋପିକଟି ହେଉଛି ଦୁଷ୍କର୍ମ ଅପରାଧରେ ଜେଲରେ ବନ୍ଦୀ ଜୀବନ ବିତାଉଥିବା ଆତ୍ମଘୋଷିତ ବାବା ଆସାରାମଙ୍କ ଉପରେ ।

ଏକ ମିଡିଆ ରିପୋର୍ଟ ଅନୁଯାୟୀ, ଦ ଆକ୍ସିଡେଣ୍ଟାଲ ପ୍ରାଇମିନିଷ୍ଟରର ପ୍ରଡ୍ୟୁସର ସୁନିଲ ବୋହରାଏହି ଫିଲ୍ମକୁ ତିଆରି କରିବାକୁ ଚନ୍ତା କରୁଛନ୍ତି । ଶୁଣିବାକୁ ମିଳୁଛି କି, ସୁନିଲ କିଛି ମାସ ତଳେ ଏହି ଫିଲ୍ମ ନିର୍ମାଣ କରିବାକୁ ରାଇଟ୍ସ କିଣି ନେଇଛନ୍ତି ବୋଲି । ଏଥିରେ ଆଶରାମଙ୍କ ଜୀବନର ଉତ୍ଥାନ ଠାରୁ ଆରମ୍ଭ କରି ୨୦୧୩ରେ ଦୁଷ୍କର୍ମ ଅଭିଯୋଗ ପରେ ପତନ ପର୍ଯ୍ୟନ୍ତ ଯାତ୍ରାର କାହାଣୀ ଦେଖିବାକୁ ମିଳିବ ।

ସୁନିଲ କହିଛନ୍ତି କି, ଏହି କେସରେ ଜଡିତ ସୁରଟ ଓ ଜୋଧପୁର ଜିଲ୍ଲାର ଦୁଇ ମହିଳା ପୋଲିସ ଅଫସର ମଧ୍ୟ ତାଙ୍କୁ ଏହି ବାୟୋପିକ୍ ତିଆରି କରିବା ପାଇଁ ପ୍ରେରିତ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଫିଲ୍ମର ଷ୍ଟାର କାଷ୍ଟକୁ ନେଇ କୌଣସୀ ନିଷ୍ପତି ନିଆଯାଇ ନାହିଁ । କୁହାଯାଉଛି କି, ବହୁତ ଶୀଘ୍ର ଏହାର ରାଇଟରଙ୍କ ସହ ମିଶି  ଫିଲ୍ମର ଟିମକୁ ନେଇ ନିଷ୍ପତି ନିଆଯିବ । ସୁନିଲ କହିଛନ୍ତି କି, ଯେତେ ଶୀଘ୍ର ସ୍କ୍ରିପ୍ଟ କାମ ଶେଷ ହେବ ସେତେ ଶ୍ରୀଘ୍ର ଷ୍ଟାର କାଷ୍ଟ ଉପରେ ନିଷ୍ପତି ନିଆଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More