Only for Entertainment

ବୋତଲ ଫିଙ୍ଗିବାରୁ ଅନୁଷ୍କା ଯାହାକୁ ଗାଳି କରିଥିଲେ,ସେ ମଧ୍ୟ ବଂଚୁଛନ୍ତି ଲଗଜରୀ ଲାଇଫ ।

amarujala
0 48

ନିକଟରେ ବିରାଟ କୋହଲି ସୋସିଆଲ ମିଡିଆ ଆକାଉଂଟରେ ଏକ ଭିଡ଼ିଓ ସେୟାର କରିଥିଲେ । ଯେଉଁଥିରେ ରାସ୍ତାରେ ଜଣେ ବ୍ୟକ୍ତି ବୋତଲ ଫିଙ୍ଗୁଥିବା ସମୟରେ ଅନୁଷ୍କା ତାଙ୍କୁ ଗାଳି କରିଥିଲେ । ତେବେ ଏହି ପୋଷ୍ଟ ଭାଇରାଲ ହେବାରେ ସମୟ ଲାଗିନଥିଲା । ତେବେ ବୋତଲ ଫିଙ୍ଗିଥିବା ବ୍ୟକ୍ତିଙ୍କ ନାମ ଅରହାନ ସିଂ ।

ଏହାପରେ ଅରହାନ ମଧ୍ୟ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଥିଲେ ଯେଊଁଥିରେ ସେ ଲେଖିଥିଲେଯେ ରାସ୍ତା ଅପେକ୍ଷା ଅଧିକ ବିପଦ କଥା ଅନୁଷ୍କାଙ୍କ ମୁହଁରୁ ବାହାରୁଥିଲା । ତେବେ ଏବେ ଅରହାନଙ୍କ ବିଷୟରେ ଏକ ନୂଆ କଥା ସାମ୍ନାକୁ ଆସିଛି ।

ଅରହାନଙ୍କ ସୋସିଆଲ ମିଡିଆ ଆକାଉଂଟ ଚେକ କରିବାରୁ ଜଣାଗଲାଯେ ସେ ମଧ୍ୟ କୌଣସି ସେଲିବ୍ରେଟୀ ଠାରୁ କମ ନୁହଁନ୍ତି । ଶାହାରୁଖ,ମାଧୁରୀ ଏବଂ ଶାହିଦଙ୍କ ସହିତ ସେ ସ୍କ୍ରିନ ସେୟାର କରିଛନ୍ତି । ସେ ୧୯୯୬ରେ ଶାହାରୁଖଙ୍କ ସହିତ ଫିଲ୍ମ ‘ଇଂଗଲିସ ବାବୁ ଦେଶୀ ଗେମ’,ମାଧୁରୀଙ୍କ ସହିତ ‘ରାଜା’ ‘ ଶାହିଦଙ୍କ ସହିତ ‘ଦେଖ ଭାଇ ଦେଖ’ରେ ନଜର ଆସିଥିଲେ । କେବଳ ସେତିକି ନୁହେଁ ଶାହିଦଙ୍କ ଫିଲ୍ମ ‘ପାଠଶାଳା’ରେ ମଧ୍ୟ ସେ ନଜର ଆସିଛନ୍ତି । ଅରହାନଙ୍କର ସୋସିଆଲ ମିଡିଆରେ ଶାହାରୁଖ ଏବଂ ଗୋବିନ୍ଦାଙ୍କ ସହିତ ମଧ୍ୟ ଫଟୋ ଅଛି । ତେବେ ଅରହାନଙ୍କ ଭିଡ଼ିଓ ଭାଇରାଲ ହେବାମାତ୍ରେ ତାଙ୍କ ମା ବିରାଟ ଓ ଅନୁଷ୍କାଙ୍କୁ ଖୁବ ଶୁଣାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More