Only for Entertainment

ପତି ବିରାଟ ଭାଙ୍ଗିଲେ ସଚ୍ଚିନଙ୍କ ରେକର୍ଡ଼, ଖାସ ଅନ୍ଦାଜରେ ଚିୟର କଲେ ଅନୁଷ୍କା ।

aajtak
28

ଚର୍ଚ୍ଚାରେ ଟିମ ଇଣ୍ଡିଆର କ୍ୟାପଟେନ ବିରାଟ କୋହଲି । ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ବିଶାଖାପାଟଣାରେ ଥିବା ୱାନ ଡେରେ ୧୦ ହଜାର ରନ କରି ସଚ୍ଚିନ ତେନ୍ଦୁଲକରଙ୍କ ଏକ ବଡ଼ ବିଶ୍ୱ ରେକର୍ଡ଼କୁ ଭାଙ୍ଗିଛନ୍ତି ବିରାଟ । ଏହି ରେକର୍ଡ଼ ପରେ ସାରା ଦେଶରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ସବୁଠାରୁ ଖାସ କଥା ହେଉଛି ବିରାଟଙ୍କ ଏହି ଆଚିଭମେଂଟକୁ ପତ୍ନୀ ଅନୁଷ୍କା ଶର୍ମା କିଛି ଖାସ ଅନ୍ଦାଜରେ ଚିୟର କରିଥିବା ନଜର ଆସିଛି ।

ଅନୁଷ୍କା ତାଙ୍କ ଇଂଷ୍ଟା ଷ୍ଟୋରୀରେ କ୍ରିକେଟ ମ୍ୟାଚ୍ର ଫଟୋ ସହିତ କ୍ୟାପ୍ସନରେ ଲେଖିଛନ୍ତି, ହ୍ୱାଟ୍ ଏ ମ୍ୟାନ! ଏହା ସହିତ ସେ ଏକ ପ୍ରେମ ଭରା ଇମୋଜୀ ମଧ୍ୟ ପୋଷ୍ଟ କରିଛନ୍ତି । ଅନୁଷ୍କାଙ୍କ ଏହି ଚିୟର ଅନ୍ଦାଜକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି ।

ସଚ୍ଚିନ ତେନ୍ଦୁଲକର ୨୫୯ଟି ୱାନ ଡେରେ ୧୦ ହଜାର ରନ କରିଥିବା ବେଳେ ବିରାଟ ୨୦୫ଟି ୱାନ ଡେରେ ୧୦ ହଜାର ରନ କରି ମାଷ୍ଟର ବ୍ଲାଷ୍ଟର ସଚ୍ଚିନ ତେନ୍ଦୁଲକରଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More