Only for Entertainment

ବିରାଟ କୋହଲିଙ୍କୁ ପତ୍ନୀଙ୍କ ସହିତ ବୁଲିବା ମହଙ୍ଗା ପଡ଼ିଲା

330

ଭାରତୀୟ କ୍ରିକେଟ ଟିମ୍‌ ଆଇସିସି ବିଶ୍ୱକପର ସେମିଫାଇନାଲରେ ହାରିବା ପ୍ରଶଂସକଙ୍କୁ ଶକ୍ତ ଧକ୍କା ଦେଇଥିଲା । କିଛି ଲୋକ ହାରିବା ପରେ ମଧ୍ୟ ଭାରତୀୟ ଟିମ୍‌କୁ ସମର୍ଥନ କରୁଥିବା ବେଳେ କିଛି ବିରୋଧ କରୁଥିବା ଦେଖାଯାଇଥିଲା । ଏ ମଧ୍ୟରେ ରୋହିତ ଶର୍ମା ନିଜର ପତ୍ନୀଙ୍କ ସହ ମୁମ୍ବାଇ ଫେରି ଆସିଥିବା ବେଳେ ବିରାଟ ପତ୍ନୀ ଅନୁଷ୍କାଙ୍କ ସହ ଲଣ୍ଡନରେ ଥିବା ଜଣା ପଡ଼ିଛି । କ୍ରିକେଟରୁ ସମୟ ମିଳିବା ପରେ ଦୁହେଁ ସାଥୀରେ ସମୟ ବିତାଉଥିବା ବେଳେ ଏହା କ୍ରିକେଟ ପ୍ରେମୀଙ୍କୁ ବିଶେଷ ପସନ୍ଦ ଆସୁ ନଥିବା ଦେଖାଯାଇଛି । ଦୁହିଁଙ୍କ ବୁଲୁଥିବାର ଫଟୋ ଭାଇରାଲ ହେବା ପରେ ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି ।

 

କିଛି କ୍ରିକେଟ ପ୍ରେମୀ ଭାରତୀୟ ଟିମ୍‌ର ଅସଫଳତା ପାଇଁ ଅନୁଷ୍କାକୁ ଦାୟୀ କରୁଥିବା ବେଳେ କିଛି ବିରାଟଙ୍କୁ କ୍ୟାପ୍‌ଟେନ ପଦରୁ ଇସ୍ତଫା ଦେଇଦେବା ଦରକାର ବୋଲି କହିବା ଆରମ୍ଭ କରିଛନ୍ତି । କିଛି, ଆମର ଏଠାରେ ହୃଦ୍‌ଘାତ ହେବା ଭଳି ପରିସ୍ଥିତି ହେଲାଣି, ଲୋକେ ପିଜ୍ଜା ବର୍ଗର ଖାଇ ବୁଲୁଥିବା କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More