Only for Entertainment

ଦିଲ୍ଲୀର ଆକାଶରୁ ପଡ଼ୁଛି ପକ୍ଷୀଙ୍କ ଶବ ।

aajtak
0 46

ବାସ୍ତବରେ ଦିଲ୍ଲୀରେ ଆକାଶରୁ ପକ୍ଷୀଙ୍କ ଶବ ପଡ଼ୁଛି । ଏହା କୌଣସି ଖତରନାକ ରୋଗ କିମ୍ବା ଆକ୍ରମଣ କାରଣରୁ ନୁହେଁ । କିନ୍ତୁ ଏହା ପଛରେ ରହିଛି ମଣିଷର କାରନାମା ।


ଦିଲ୍ଲୀର ତାପମାତ୍ରା ୪୫ ଡିଗ୍ରୀକୁ ପହଂଚିଯାଇଛି । ତେଣୁ ଗରମ ପବନ ଯୋଗୁଁ ଏହି ଛୋଟ ଛୋଟ ପକ୍ଷୀଙ୍କର ମୃତ୍ୟୁ ଘଟୁଛି ।

ମଣିଷ ଠାରୁ ଅଧିକ ଗରମର ପ୍ରଭାବ ଏହି ବିଚରା ପକ୍ଷୀଙ୍କ ଉପରେ ପଡ଼ୁଛି । ସେମାନେ ଚେତାଶୂନ୍ୟ ହୋଇ ଆକାଶରୁ ପଡ଼ି ଯାଉଛନ୍ତି ।

 

 

ସବୁଠାରୁ ଦୁଃଖର କଥା ହେଉଛି ଏହି ପକ୍ଷୀମାନଙ୍କ ଉପରେ କାହାର ନଜର ନାହିଁ । କାରଣ ଅଧିକତର ମୃତ ପକ୍ଷୀଙ୍କୁ ବିରାଡ଼ି ବା କୁକୁର ନିଜର ଆହାର କରି ଦେଉଛନ୍ତି ।

ୱାଇଲଡ ଲାଇଫ ଏସଓଏସଙ୍କ କହିବା ଅନୁସାରେ ଚିଲ ଭଳି ପକ୍ଷୀମାନେ ଖୁବ ଉଚ୍ଚତାରେ ଉଡ଼ୁଛନ୍ତି । ତେଣୁ ସମାନେ ସୂର୍ଯ୍ୟଙ୍କ ତାପମାତ୍ରାରେ ସ୍ପର୍ଶରେ ଶୀଘ୍ର ଆସୁଛନ୍ତି । ଅଧିକାଂଶ ସମୟ ଶୀକାର ବା ଜଳର ସନ୍ଧାନରେ ଏମାନେ ଉଡ଼ି ଉଡ଼ି ବେହୋସ ହୋଇ ଯାଉଛନ୍ତି । ତେବେ ଲୋକମାନେ ଏହି ପକ୍ଷୀମାନଙ୍କର ସମସ୍ୟାକୁ ଅଧିକ ବଢାଇଛନ୍ତି । ଗଛକୁ କାଟିବା ଦ୍ୱାରା ଏଭଳି ସମସ୍ୟା ସୃଷ୍ଟି ହେଉଛି । ଗାଡ଼ିର ଧୂଆଁ,ଉଚ୍ଚ ବିଲଡିଙ୍ଗ ଏବଂ ହାଇୱେଜ କରିବା ଦ୍ୱାରା ସମସ୍ୟାର ଶୀକାର ହେବାକୁ ପଡ଼ୁଛି ଏହି ଛୋଟ ଛୋଟ ପକ୍ଷୀଙ୍କୁ । ଗବେଷଣା ଅନୁସାରେ ଗତ ୩ ବର୍ଷରେ ଦିଲ୍ଲୀରେ ୧୫ ହଜାର ଗଛ କଟାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More