Only for Entertainment

ଦୁଇଥର ନିର୍ବନ୍ଧ କରିଥିଲେ ଟ୍ୱିଙ୍କିଲ-ଅକ୍ଷୟ, ମାତ୍ର ଦୁଇ ଘଣ୍ଟାରେ ହୋଇଥିଲା ବିବାହ ।

BollywoodShaadis
25

ରାଇଟର-ପ୍ରଡ୍ୟୁସର ଟ୍ୱିଙ୍କିଲ ଖନ୍ନା ଆଜି ନିଜର ୪୪ ତମ ଜନ୍ମଦିନ ପାଳନ କରୁଛନ୍ତି । ଟ୍ୱିଙ୍କିଲ ନିଜ ଜନ୍ମଦିନକୁ ପାପା ରାଜେଶ ଖନ୍ନାଙ୍କ ସହିତ ସେୟାର କରିଥାନ୍ତି । କାରଣ ୨୯ ଡିସେମ୍ବର ଅଭିନେତା ରାଜେଶ ଖନ୍ନାଙ୍କର ବି ଜନ୍ମଦିନ । ତେବେ ଟ୍ୱିଙ୍କିଲଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ଅକ୍ଷୟ ଏବଂ ତାଙ୍କ ଲଭଷ୍ଟୋରୀ ବିଷୟରେ ।

ମୁମ୍ବାଇ ଫିଲ୍ମଫେୟର ମ୍ୟାଗାଜିନ ସୁଟରେ ଅକ୍ଷୟ ଏବଂ ଟ୍ୱିଙ୍କିଲ ଖନ୍ନା ପ୍ରଥମେ ସାକ୍ଷାତ କରିଥିଲେ । ଏହି ସମୟରୁ ହିଁ ଅକ୍ଷୟ ଟ୍ୱିଙ୍କିଲଙ୍କ ଉପରେ ଫିଦା ହୋଇଯାଇଥିଲେ । ଅକ୍ଷୟ କୁମାର ଫିଲ୍ମ ଫେୟରକୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ, ମ୍ୟାଗାଜିନ ସୁଟ ପରେ ପରେ ହିଁ ଟ୍ୱିଙ୍କିଲ ଏବଂ ସେ ‘ଇଣ୍ଟରନ୍ୟାସନାଲ ଖିଲାଡୀ’ର ସୁଟିଂ ଆରମ୍ଭ କରିଥିଲେ । ଫିଲ୍ମ ସୁଟିଂ ସମୟରେ ଦୁହେଁ ପରସ୍ପରକୁ ପ୍ରେମ କରି ବସିଥିଲେ ।

Akshay-Kumar-and-Twinkle-Khanna-marriage-anniversary-1

ଟ୍ୱିଙ୍କିଲ ଏବଂ ଅକ୍ଷୟଙ୍କ ବିବାହ ୨୦୦୧ରେ ହୋଇଥିଲା । ଏକ ଇଭେଣ୍ଟରେ ଟ୍ୱିଙ୍କିଲ କହିଥିଲେ ତାଙ୍କର ଏବଂ ଅକ୍ଷୟଙ୍କର ଦୁଇଥର ନିର୍ବନ୍ଧ ହୋଇଥିଲା । ପ୍ରଥମ ଥର କୌଣସି କାରଣରୁ ନିର୍ବନ୍ଧ ଭାଙ୍ଗି ଯାଇଥିଲା । ଟ୍ୱିଙ୍କିଲ ଏହା ମଧ୍ୟ କହିଥିଲେ ଯେ,ତାଙ୍କ ବିବାହ ୭ ଜାନୁଆରୀ ୨୦୦୧ରେ କେବଳ ୫୦ ଲୋକଙ୍କ ଉପସ୍ଥିତିରେ ହୋଇଥିଲା । ବିବାହମାତ୍ର ୨ ଘଣ୍ଟାରେ ସମ୍ପୂର୍ଣ୍ଣ ହୋଇଥିଲା । କିନ୍ତୁ ଅକ୍ଷୟ ଏବଂ ଟ୍ୱିଙ୍କିଲଙ୍କ ବିବାହକୁ ପରିବାର ଲୋକଙ୍କ ମଂଜୁରୀ ମିଳିନଥିଲା । ଟ୍ୱିଙ୍କିଲଙ୍କ ମା’ ଡିମ୍ପଲଙ୍କୁ ବିବାହ ବିଷୟରେ ଜଣାପଡିବା ପରେ ସେ ଏହି ବିବାହକୁ ମାନି ନଥିଲେ । କିନ୍ତୁ ପରେ ଅକ୍ଷୟଙ୍କ ସହିତ ମିଶିବା ପରେ ଏବଂ ତାଙ୍କୁ ଜାଣିବା ପରେ ସେ ଏହି ବିବାହକୁ ମଂଜୁରୀ ଦେଇଥିଲେ ।

କହିରଖୁଛୁ ଯେ, ଟ୍ୱିଙ୍କିଲ ଖନ୍ନା ନିଜ କ୍ୟାରିୟରରେ ମାତ୍ର ୧୪ଟି ଫିଲ୍ମରେ ଅଭିନୟ କରିଛନ୍ତି । ସେ କେବଳ ଭଲ ଅଭିନେତ୍ରୀ ନହଁନ୍ତି ଭଲ ଲେଖିକା ଏବଂ ଇଣ୍ଟେରିୟର ଡିଜାଇନର ମଧ୍ୟ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More