Only for Entertainment

ଭଉଣୀଙ୍କ ବିବାହରେ ଗୀତ ଗାଇ ବଦଳିଥିଲା ମୁକେଶଙ୍କ ଭାଗ୍ୟ !

star sunfolded
0 53

ସୁପରିଚିତ କଣ୍ଠଶିଳ୍ପୀ ମୁକେଶଙ୍କ ସ୍ୱର ଦୀର୍ଘ ଦିନ ରହିଥିଲା । ଏହି ସିଙ୍ଗର ଜଣକ ଖୁବ ନାଁ କମାଇଥିଲେ ନିଜ ସଂଗୀତ ଜରିଆରେ, ମାତ୍ର ତାଙ୍କର ଆଶା କିଛି ଅଧୁରା ରହିଯାଇଛି । ତାଙ୍କର ଅଭିନେତା ହେବା ପାଇଁ ଖୁବ ଆଶା ଥିଲା ।

୨୨ଜୁଲାଇ ୧୯୨୩ରେ ଜନ୍ମ ହୋଇଥିବା ମୁକେଶଙ୍କର ଭଲ ନାଁ ଥିଲା ମୁକେଶ ଚନ୍ଦ ମାଥୁର । ଗାୟକ ମୁକେଶଙ୍କର ପିଲା ଦିନରୁ ପାଠରେ ମନ ନଥିଲା । ଦଶମ ପରେ ସେ ପାଠ ପଢା ଛାଡି ଲୋକ ନିର୍ମାଣ ବିଭାଗରେ ଚାକିରୀ କରିଥିଲେ । ମାତ୍ର ଗୀତରେ ତାଙ୍କର ରୁଚି ଥିବାରୁ ସେ ତାଙ୍କ ସ୍ୱରକୁ ରେକଡ଼ିଂ କରିବା ଆରମ୍ଭ କରିଦେଇଥିଲେ ।

ଏହିଭଳି ତାଙ୍କ ଜୀବନରେ ଏକ ଚମତ୍କାର ହୋଇଥିଲା, ଯେତେବେଳେ ସେ ତାଙ୍କ ଭଉଣୀ ଙ୍କ ବିବାହରେ ଗୀତ ଗାଇଥିଲେ । ବିବାହ ରେ ଆସିଥିବା ଭିଆଇପି ଗେଷ୍ଟ ଏବଂ ତାଙ୍କର ସୁଦୂର ବନ୍ଧୁ ମୋତିଲାଲ ଙ୍କୁ ମୁକେଶଙ୍କ ସ୍ୱର ପସନ୍ଦ ଆସିଥିଲା । ସେଠାରେ ହିଁ ମୁକେଶଙ୍କୁ ଅଫର ଦେଇଥିଲେ ଗୀତ ଗାଇବାକୁ । ମୁମ୍ବାଇରେ ମୋତିଲାଲ ଜୀ ମୁକେଶଙ୍କୁ ସଂଗୀତ ଗୁରୁ ପଣ୍ଡିତ ଜଗନ୍ନାଥ ପ୍ରସାଦଙ୍କୁ ଟେକି ଦେଇଥିଲେ । ଏହାପରେ ମୁକେଶ ମାଥୁର ସିଙ୍ଗର ମୁକେଶ ହୋଇଯାଇଥିଲେ ।

ମୁକେଶ ୧୯୪୧ରେ ଆସୁଥିବା ଫିଲ୍ମ ନିର୍ଦୋଷ ରେ ନିଜର କ୍ୟାରିଅର ଅଭିନୟରେ ଆରମ୍ଭ କରିଥିଲେ ମାତ୍ର ଏହି ଫିଲ୍ମ ଭଲ ମାତ୍ରାରେ ଚାଲିନଥିଲା । ଏଠାରେ ଆମେ କହି ରଖୁଛୁ ଯେ ନିଲ ନିତିନ ମୁକେଶ ହେଉଛନ୍ତି ମୁକେଶଙ୍କ ନାତି ।

ରାଜକପୂର ଫିଲ୍ମ “ସତ୍ୟମ ଶିବମ ସୁନ୍ଦରମ” ର ଗୀତ “ଚଞ୍ଚଲ ନିର୍ମଲ ଶୀତଲ”ର ରେକଡ଼ିଂ ପୁରା କରି ଆମେରିକା ର ଏକ କଂସର୍ଟରେ ଭାଗ ନେବା ପାଇଁ ଯାଇଥିଲେ । ଯେଉଁଠାରେ ୨୭ଅଗଷ୍ଟ ୧୯୭୬କୁ ତାଙ୍କର ହୃଦଘାତ ହୋଇ ନିଧନ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More