Only for Entertainment

ଦିନେ ଏହି ରୋଗରେ ପିଡିତ ଥିଲେ ହ୍ରିତିକ ! ଆଜି ବଲିଉଡର ସୁପରହିରୋ ଭାବେ ପରିଚିତ

HackGiri
0 41

ବଲିଉଡର ସୁପରହିରୋ ଅର୍ଥାତ ଅଭିନେତା ହ୍ରିତିକ ରୋଶନ ଆଜି ୪୪ ବର୍ଷରେ ପଦାର୍ପଣ କରିଛନ୍ତି । ନିଜ ଡ୍ୟାନ୍ସ ମ୍ୟୁଭସରେ ସମସ୍ତଙ୍କୁ ପାଗଳ କରିଥିବା ହ୍ରିତିକ ବଲିଉଡର ଏକ ଚର୍ଚ୍ଚିତ ନାଁ । କିନ୍ତୁ ଆପଣ ଜାଣିଛନ୍ତି କି ହ୍ରିତିକ ପିଲା ବେଳୁ କେଉଁ ରୋଗରେ ପିଡିତ ଥିଲେ । ତେବେ ଆସନ୍ତୁ ଜାଣିବା ହ୍ରିତିକଙ୍କ ବିଷୟରେ କିଛି ଅଜଣା କଥା ।

ଝିଅମାନଙ୍କ ଭିତରେ ସବୁଠାରୁ ଅଧିକ ପପୁଲାର ହିରୋ ହ୍ରିତିକଙ୍କର ସାରା ଦୁନିଆରେ ଅନେକ ଫ୍ୟାନ୍ସ ଅଛନ୍ତି । କିନ୍ତୁ ତାଙ୍କର ପୁରା ନାମ ଅଳ୍ପ କେତେକଙ୍କୁ ଜଣାଥିବ । ହ୍ରିତିକଙ୍କର ପୁରା ନାମ ହେଉଛି ହ୍ରିତିକ ରାକେଶ ନାଗସ୍ଥ । ହ୍ରିତିକ ବାଲ୍ୟକାଳରୁ ହିଁ ଅଭିନୟ କରିବା ପାଇଁ ଆଗ୍ରହୀ ଥିଲେ କିନ୍ତୁ ତାଙ୍କୁ ପିଲାଦିନରୁ ହିଁ ଏମିତି ଏକ ରୋଗ ହୋଇଥିଲା ଯାହା ଫଳରେ ତାଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ଏହା ପରେ ବି ହ୍ରିତିକଙ୍କୁ ଅନେକ ଫିଲ୍ମରେ ଶିଶୁ କଳାକାର ରୂପେ ଦେଖିବାକୁ ମିଳିଥିଲା ।

hrithik-roshan-75911

ହ୍ରିତିକଙ୍କୁ ପିଲାଦିନରୁ ଥଙ୍ଗେଇବାର ରୋଗ ହୋଇଥିଲା । ଏହି ରୋଗ କାରଣରୁ ତାଙ୍କର ଅଭିନୟ ଜୀବନ ଉପରେ ଯେପରି କଳା ବାଦଲ ଘେରି ରହିଥିଲା । ଏଥିପାଇଁ ହ୍ରିତିକ ତାଙ୍କ ବାପା ରାକେଶ ରୋଶନଙ୍କ ଠାରୁ ଗାଳି ମଧ୍ୟ ଶୁଣିଥିଲେ । ରାକେଶଙ୍କ କହିବା ଅନୁସାରେ ଅଭିନୟ କରିବା ପାଇଁ ପରିଷ୍କାର ଭାବେ କହିପାରୁଥିବା ଆବଶ୍ୟକ । କିନ୍ତୁ ହ୍ରିତିକ କଥା କହିବା ମଝିରେ ଥଙ୍ଗେଇ ଯାଉଥିଲେ ।

ହ୍ରିତିକ ଲିଡ ଅଭିନେତା ଭାବେ ୨୦୦୦ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘କହୋ ନା ପ୍ୟାର ହୈ’ରେ ନଜର ଆସିଥିଲେ । ଏହା ପୂର୍ବରୁ ସେ ଅନେକ ଫିଲ୍ମରେ ଶିଶୁ କଳାକାର ରୂପେ ଅଭିନୟ କରିସାରିଥିଲେ । ୧୯୮୦ରେ ରିଲିଜ ହୋଇଥିବା ଫିଲ୍ମ ‘ଆଶା’ରେ ହ୍ରିତିକ ପ୍ରଥମ ଥର ପାଇଁ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More