Only for Entertainment

କୈଳାଶ ଖେର ଏହି କାରଣରୁ କରିଥିଲେ ଆତ୍ମହତ୍ୟା ପାଇଁ ପ୍ରୟାସ, ଜାଣନ୍ତୁ ।

StarsUnfolded
0 52

ବଲିଉଡରେ ସୁଫି ଗୀତରେ ପରିଚୟ ସୃ୍େଟି କରିଥିବା କୈଲାଶ ଖେର ଙ୍କ ଆସନ୍ତା କାଲି ଜନ୍ମଦିନ । ସେ ୭ଜୁଲାଇରେ ୧୯୭୩ ଉତ୍ତରପ୍ରଦେଶର ମେରଠରେ ହୋଇଥିଲା । କୈଲାଶ ଖେରଙ୍କ ବାପା କଶ୍ମୀର ପଣ୍ଡିତ ଥିଲେ ଏବଂ ଲୋକ ଗୀତରେ ତାଙ୍କର ରୁଚି ମଧ୍ୟ ଥିଲା । ଯେଉଁ କାରଣରୁ ସେ ପିଲାଟି ଦିନରୁ ସଂଗୀତ ପାଇଁ ପାଗଳ ଥିଲେ ।

କେବଳ ୪ବର୍ଷ ବୟସରୁ କୈଲାଶ ଖେର ଗୀତ ଗାଇବା ଆରମ୍ଭ କରିଥିଲେ ଯଦିଓ ପିଲାଟି ଦିନରୁ ନିଜର କଣ୍ଠର ଲୋକଙ୍କ ମନ ଜିତି ନେଉଥିଲେ କୈଲାଶ ଖେର ମାତ୍ର ଆଗକୁ ତାଙ୍କର ଜୀବନ ଏତେ ସହଜ ନଥିଲା । ଯେତେବେଳେ ସେ ଗୀତରେ ନିଜର କ୍ୟାରିଅର ବନାଇବା ପାଇଁ ଚାହିଁଲେ ଘର ଲୋକ ତାଙ୍କୁ ସପୋର୍ଟ କଲେ ନାହିଁ । ସେ ୧୪ବର୍ଷ ବୟସରେ ସଂଗୀତ ପାଇଁ ଘର ଛାଡି ଦେଇଥିଲେ ।

ସଂଘର୍ଷ ଦିନରେ ସେ ଅନେକ ସ୍ଥାନକୁ ଯାଇ ଲୋକଗୀତ ପଢିବାକୁ ଯାଇଥିଲେ । କୈଳାଶଙ୍କ ପାଇଁ ଏତେ କମ ବୟସରେ ଏକା ଯାତ୍ରା କରିବା ଏତେ ସରଳ ନଥିଲା । ସେ ନିଜ ଖର୍ଚ୍ଚ ପାଇଁ ଛୁଆ ମାନଙ୍କୁ ସଂଗୀତ ଶିକ୍ଷା ଦେବା ଆରମ୍ଭ କରିଥିଲେ । ପ୍ରତି ପିଲା ପିଛା ସେ ୧୫୦ଟଙ୍କା ନେଉଥିଲେ । ଏହାପରେ ସେ ୧୯୯୯ରେ ହସ୍ତଶିଳ୍ପ ଆମଦାନୀ ରପ୍ତାନୀ ଆରମ୍ଭ କରିଦେଇଥିଲେ ଏଥିରେ ତାଙ୍କର କ୍ଷତି ହେଲା । ଏହି କାରଣରୁ ସେ ଆମô୍ହତ୍ୟା କରିବା ଲାଗି ପ୍ରୟାସ କରିଥିଲେ । ଏହାପରେ ସେ ହୃଶିକେଷ ପଳାଇଥିଲେ ।

ଏହାପରେ ସେ ଅନେକ କଷ୍ଟରେ ପ୍ରଥମେ ପେପ୍ଷି କୋଲା ପାଇଁ ଜିଙ୍ଗଲ ଗାଇଥିଲେ । ଏହାପରେ ତାଙ୍କର ସଙ୍ଗୀତ ଦୁନିଆରେ ଯାତ୍ରା ଆରମ୍ଭ ହୋଇଥିଲା । ତାଙ୍କୁ ‘ଅଲ୍ଲାହ କେ ବନ୍ଦେ ହସଦେ’ଗୀତରୁ ପରିଚୟ ମିଳିଥିଲା ।ଏହି ଗୀତର ଲୋକପ୍ରିୟତା ଏତେ ମାତ୍ରାରେ ରହିଥିଲା ଯେ ପଛକୁ ବୁଲି କୈଳାଶ ଖେର ଆଉ ଚାହିଁଥିଲେ । ତାଙ୍କୁ ଫିଲ୍ମ ଫେୟାର ବେଷ୍ଟ ମେଲ ପ୍ଲେବ୍ୟାକ ସିଙ୍ଗର ଆୱାର୍ଡ ମଧ୍ୟ ମିଳି ସାରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More