Only for Entertainment

ପିତାଙ୍କ ଚିକିତ୍ସା ପାଇଁ ଏହି କମେଡିଆନଙ୍କ ପାଖରେ ନଥିଲା ଟଙ୍କା, ଟେଲିଫୋନ ବୁଥରେ ମଧ୍ୟ କରିଥିଲେ କାମ

bollyworm
0 43

କମେଡି କିଙ୍ଗ କପିଲ ଆଜି ନଜର ୩୭ତମ ଜନ୍ମଦିନ ପାଳନ କରୁଛନ୍ତି । କପିଲଙ୍କ ଜନ୍ମ ୨ ଏପ୍ରିଲ ୧୯୮୧ରେ ଅମୃତସରେ ହୋଇଥିଲେ । ୨୦୧୩ରେ ପୋବର୍ସ ମ୍ୟାଗାଜିନ କପିଲ ଟପ-୧୦୦ ବ୍ୟକ୍ତି ତାଲିକାରେ ମଧ୍ୟ ସାମିଲ ହୋଇଥିଲେ । କପିଲ ଏକ ଭଲ ଅଭିନେତା, କମେଡିଆନ ହେବା ସହିତ ଭଲ ଗାୟକ ମଧ୍ୟ । ତେବେ ଆସନ୍ତୁ ଜାଣିବା ତାଙ୍କ ଜୀବନର କିଛି ଜଣା ଅଜଣା କଥା ବିଷୟରେ ।

କପିଲ ୨୦୦୬ରେ କମେଡି ଶୋ’ ‘ହଁସ ଦେ ହଁସା ଦେ’ରେ ନଜର ଆସିଥିଲେ । ଏହାପରେ ୨୦୦୭ରେ ତାଙ୍କୁ ‘ଦ ଗ୍ରେଟ ଇଣ୍ଡିଆ ଲାଫଟର ଚ୍ୟାଲେଞ୍ଜ’ରେ ବ୍ରେକ ମିଳିଥିଲା । ଏବଂ କପିଲ ଏହି ଶୋ’ର ବିଜେତା ମଧ୍ୟ ହୋଇଥିଲେ । ଏହାପରେ ସେ ୨୦୧୦-୨୦୧୩ ମଧ୍ୟରେ ‘କମେଡି ସର୍କସ’ରେ ଲଗାତାର ୬ଟି ସିଜନର ବିଜେତା ହୋଇଥିଲେ । କମେଡିରେ ପରିଚୟ ମିଳିବା ପରେ ସେ ନିଜର ଶୋ’ କମେଡି ନାଇଟ ୱିଥ କପିଲ ଲଂଚ କରିଥିଲେ ।

kk

କପିଲଙ୍କ ପିତା ପଂଜାବ ପୋଲିସରେ ହାବିଲଦାର ଥିଲେ ଏବଂ ସେ ୩ ଭାଇ ଭଉଣୀ । ଏକ ଇଣ୍ଟରଭ୍ୟୁରେ କପିଲ କହିଥିଲେ ମୁଁ ଜୀବନରେ କେବେ ହାର ମାନି ନାହିଁ । ଏହା ସେ ତାଙ୍କ ପତାଙ୍କଠାରୁ ସିଖିଛନ୍ତି । କପିଲଙ୍କ ପିତାଙ୍କୁ କ୍ୟାନସର ହୋଇଥିଲା ଏବଂ ସେ ଶେଷ ପର୍ଯ୍ୟାୟରେ ତାଙ୍କ ପରିବାରକୁ ଜଣାଇଥିଲେ । ଏହାପରେ ସେ ଦଶ ବର୍ଷ ପର୍ଯ୍ୟନ୍ତ ରୋଗ ସହିତ ଲଢିଥିଲେ ।

kapil-sharma

କପିଲ ଏହା ମଧ୍ୟ କହିଥିଲେ ଏହି ରୋଗକୁ ନେଇ ସେ ତାଙ୍କ ପିତାଙ୍କ ଉପରେ ଚଲେଇଥିଲେ । ସେ ତାଙ୍କ ପିତାଙ୍କୁ କହିଥିଲେ ‘ପାପା ଆପଣ ନିଜ ଛଡା କାହା ବିଷୟରେ କେବେ ଭାବିନ ସେଥିପାଇଁ ତୁମକୁ କ୍ୟାନସର ହେଲା’ । ଏହା ସହ ସେ କହିଥିଲେ ପାପାଙ୍କ ଚିକିତ୍ସା କରିବା ପାଇଁ ଆମ ପାଖରେ ଅର୍ଥ ନଥିଲା । କିନ୍ତୁ ଯାହାଥିଲା ସବୁ ତାଙ୍କ ଚିକିତ୍ସାରେ ଲଗାଇଥିଲୁ । ଘରର ଆର୍ଥିକ ଅନଟନ ଦୂର କରିବା ପାଇଁ ସେ ଟଲିଫୋନ ବୁଥରେ ମଧ୍ୟ କାମ କରିଥିଲେ । ପିତାଙ୍କ ମୃତ୍ୟୁପରେ ସେ ତାଙ୍କ ପରିବାରକୁ ମଜବୁତ କରାଇଥିଲେ ।

କମେଡି ଛଡା ସେ ଅନେକ ଆୱାର୍ଡ ଶୋ’କୁ ମଧ୍ୟ ହୋଷ୍ଟ କରିଛନ୍ତି । ଏହା ସହିତ ସେ ୩ଟି ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ବର୍ତ୍ତମାନ ସେ ସୋନି ଟିଭିରେ ପ୍ରସାରିତ ‘ଫ୍ୟାମିଲି ଟାଇମ ୱିଥ କପିଲ’ରେ ନଜର ଆସୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More