Only for Entertainment

ସବୁବେଳେ କାହାଣୀ ଏବଂ ଚରିତ୍ରକୁ ଅଧିକ ଗୁରୁତ୍ୱ ଦେଇଥାଆନ୍ତି ମିଷ୍ଟର ପରଫେକ୍ସନିଷ୍ଟ !

30

ବଲିଉଡ ପ୍ରସିଦ୍ଧ ଅଭିନେତା ଆମୀର ଖାନ ଆଜି ନିଜର ୫୪ତମ ଜନ୍ମଦିବସ ପାଳନ କରୁଛନ୍ତି । ଆମୀର ଖାନ ଫିଲ୍ମରେ ନିଜ କାହାଣୀ ଏବଂ ଚରିତ୍ରକୁ ନେଇ ଖୁବ ଉତ୍ତମ ପରିବେଷଣ କରନ୍ତି । ସେହିକାରଣରୁ ଦର୍ଶକ ତାଙ୍କୁ ଖୁବ ପସନ୍ଦ କରନ୍ତି । ଏହିକାରଣରୁ ତାଙ୍କୁ ମିଷ୍ଟର ପରଫେକ୍ସନିଷ୍ଟ ରୁପେ ସମସ୍ତେ ଜାଣନ୍ତି । ତାଙ୍କ ଜନ୍ମଦିନରେ ସୋସିଆଲ ମିଡିଆରେ ଜନ୍ମଦିନ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଜନ୍ମଦିନରେ ତାଙ୍କ ବିଷୟରେ କିଛି ଅଜଣା କଥା ଆସନ୍ତୁ ଜାଣିବା ।

ଚଳଚ୍ଚିତ୍ର ସ୍ୱାକ୍ଷର କଲା ବେଳେ ଅର୍ଥକୁ ନୁହେଁ କାହାଣୀ ଓ ଚରିତ୍ରକୁ ଗୁରୁତ୍ୱ ଦେଇଥାନ୍ତି ବୋଲି ବଲିଉଡ଼ର ମିଷ୍ଟର ପରଫେକ୍ଟ ଅମୀର ଖାନ କହିଛନ୍ତି । ସେ ୧୯୮୮ ମସିହା ମଇ ମାସରୁ ନିଜ ଚଳଚ୍ଚିତ୍ର ଜୀବନ ଆରମ୍ଭ କରିଥିଲେ। ମଶୁର ଖାନଙ୍କ ‘କୟାମତ ସେ କୟାମତ ତକ’ ଥିଲା ତାଙ୍କର ପ୍ରଥମ ଚଳଚ୍ଚିତ୍ର। ଏହି ଚଳଚ୍ଚିତ୍ର ବହୁତ ହିଟ ହୋଇଥିଲା। ବର୍ତ୍ତମାନ ସମୟରେ ଏହି ଚଳଚ୍ଚିତ୍ରକୁ ୩୦ ବର୍ଷ ହୋଇ ସାରିଛି। ଏହାସହ ତାଙ୍କ ଚଳଚ୍ଚିତ୍ର ଜୀବନକୁ ମଧ୍ୟ ୩୦ବର୍ଷ ପୂରିଛି ।

ଏହି ଅବସରରେ ଅମୀର କହିଛନ୍ତି ଯେ ଚଳଚ୍ଚିତ୍ର ଜୀବନ ଆରମ୍ଭ ବେଳେ ସେ ମାସକୁ ୧୦୦୦ ଟଙ୍କା ପାଉଥିଲେ ସେତେବେଳେ ତାଙ୍କ ପାଖରେ ନିଜର କାର ନଥିଲା। ସେ ବସରେ ଯାତାୟତ କରୁଥିଲେ କେବେବି ସେ ଟଙ୍କା ପାଇଁ ଚଳଚ୍ଚିତ୍ର କରିନାହାନ୍ତି।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More