Only for Entertainment

ବର୍ଥଡେ ସ୍ପେସିଆଲ: ୯ବର୍ଷ ବୟସରେ ଲତା ମଙ୍ଗେସକରଙ୍କ ସହ ଗାଇଥିଲେ ଗୀତ, ଆଜି ସବୁଠାରୁ ବଡ ଗାୟିକା !

34

ଗାୟିକା କବିତା କୃଷ୍ଣମୂର୍ତି ୯୦ ଦଶକର ପ୍ରସିଦ୍ଧ ଗାୟିକା ମଧ୍ୟରୁ ଜଣେ । ନିଜ ଗୀତରେ ସେ ସମସ୍ତଙ୍କ ହୃଦୟ ରେ ଏକ ସ୍ଵତନ୍ତ୍ର ପରିଚୟ ଗଢିଛନ୍ତି । ତାଙ୍କ ଗାଇଥିବା ଗୀତ ଆଜି ବି ଲୋକ ଶୁଣୁଛନ୍ତି ।

କବିତା କୃଷ୍ଣମୂର୍ତି ଦିଲ୍ଲୀରେ ରହୁଥିବା ଏକ ଅୟର ପରିବାରରେ ହୋଇଥିଲା । ୨୫ଜାନୁଆରୀ ୧୯୫୮ରେ ଜନ୍ମ ହୋଇଥିବା କବିତାଙ୍କ ସ୍ବପ୍ନ ପିଲାଟି ଦିନରୁ ଗୀତ ଗାଇବା ଥିଲା । କବିତାଙ୍କ ବାପା ଶିକ୍ଷା ବିଭାଗ କର୍ମଚାରୀ ଥିଲେ । ତାଙ୍କ ସଂଗୀତ ଶିକ୍ଷା ଘରେ ହି ହୋଇଥିଲା । ୮ବର୍ଷ ବୟସରେ କବିତା ଏକ ସଙ୍ଗୀତ ପ୍ରତିଯୋଗିତାରେ ଭାଗ ନେଇଥିଲେ, ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ସେବେଠାରୁ ସେ ବଡ ଗାୟିକା ହେବା ପାଇଁ ସ୍ବପ୍ନ ଦେଖିଥିଲେ ।

ସେ ପିଲାଦିନରୁ ଲତା ମଙ୍ଗେସକର ଏବଂ ମନା ଡେ ଙ୍କ ଗୀତ ଶୁଣୁଥିଲେ । ୯ବର୍ଷ ବୟସରେ ତାଙ୍କୁ ଲତା ମଙ୍ଗେସକରଙ୍କ ସହ ଗୀତ ଗାଇବାକୁ ସୁଯୋଗ ମିଳିଥିଲା, ସେ ବଙ୍ଗଳା ଗୀତ ଗାଇଥିଲେ । କବିତା ମୁମ୍ବାଇ ସେଣ୍ଟ ଜାବିୟରରେ ନିଜ ଗ୍ରାଜୁଏସନ ଶେଷ କରି , ସେହିଠାରେ ହିଁ କାମ ଖୋଜିବା ଆରମ୍ଭ କରିଦେଇଥିଲେ । ଏହିପରି ସେ ହେମନ୍ତ କୁମାରଙ୍କ ଝିଅ ରାନୁ ମୁଖାର୍ଜୀ ଙ୍କ ସହ ଭେଟ ହୋଇଥିଲେ । ଫିଲ୍ମରେ ଗାଇବା ମଉକା ସେହିଠାରୁ ହିଁ ମିଳିଥିଲା । ୧୯୭୧ ମସିହାରେ ହେମନ୍ତ କୁମାର ରବୀନ୍ଦ୍ର ସଙ୍ଗୀତର ୪ଧାଡି ଶିଖାଇ କହିଲେ ଅପେକ୍ଷା କର ଲତା ଜି ଆସୁଛନ୍ତି । ଏହାପରେ ସେ ଲତା ମଙ୍ଗେସକରଙ୍କ ସହ ଗୀତ ଗାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More