Only for Entertainment

ପରିଣୀତି ବର୍ଥଡେ ସ୍ପେଶାଲ: ଜାଣନ୍ତୁ ତାଙ୍କ ବିଷୟରେ କିଛି ଜଣା ଅଜଣା କଥା !

19

ବଲିଉଡ ଅଭିନେତ୍ରୀ ପରିଣୀତ ଚୋପ୍ରା ନିଜ ଅଭିନୟ ବଳରେ ସଫଳତାର ସ୍ତରରେ ଆଗକୁ ପହଞ୍ଚି ପାରିଛନ୍ତି  । ପରିଣୀତିଙ୍କ ଭଉଣୀ ହେଉଛନ୍ତି ପ୍ରିୟଙ୍କା ଚୋପ୍ରା । ୨୨ଅକ୍ଟୋବର ତଥା ଆଜି ପରିଣୀତି ପଞ୍ଜାବୀ ପରିବାରରେ ଜନ୍ମ ହୋଇଥିଲେ  । ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଖାସ କଥା ।

ପରିଣୀତି କେବେ ଭାବିନଥିଲେ ସେ ଅଭିନୟ ଜଗତରେ ପାଦ ପକାଇବେ । ସେ ବିଜନେସ, ଫଇନାନ୍ସ ଏବଂ ଇକୋନୋମିକ୍ସ ରେ ଲଣ୍ଡନରେ ଡିଗ୍ରୀ କରିଥିଲେ । ପ୍ରିୟଙ୍କା ଚୋପ୍ରାଙ୍କ ସୁପାରିଶ ଯୋଗୁଁ ୟସରାଜ ଫିଲ୍ମରେ ଇଟର୍ନ ଭଳି କାମ କରୁଥିଲେ ପରିଣୀତି ।ଏହା ପରେ ସେ ପିଆର ମ୍ୟାନେଜର ଭାବେ କାମ କରିଥିଲେ ।

ପ୍ରିୟଙ୍କା “ସାତ ଖୁନ ମାଫ”ରେ କାମ କଲେ।ସେବେ ଲୋକଙ୍କୁ ଅନୁଭବ ହେଲା ଯେ ପରିଣୀତି ମଧ୍ୟ ଆକ୍ଟିଂ କରିବା ଉଚିତ । ଏହାପରେ ପରିଣୀତି ଆକ୍ଟିଂ ସ୍କୁଲ ଗଲେ ଏବଂ ଏହାପରେ ତାଙ୍କୁ ‘ଇସ୍କଜାଦେ’ରେ ଅଭିନୟ କରିବାକୁ ସୁଯୋଗ ମିଳିଲା । ପ୍ରଥମ ଫିଲ୍ମରୁ ହିଁ ତାଙ୍କ ଭାଗ୍ୟ ଉଜ୍ବଳ ହୋଇଯାଇଥିଲା । ଏହା ପରେ ହିଁ ତାଙ୍କୁ ଫିଲ୍ମ ଉପରେ ଫିଲ୍ମ ମିଳିବାକୁ ଲାଗିଥିଲା । କିନ୍ତୁ ସେତେଟା ସଫଳତା ହାସଲ କରିପାରିନଥିଲା । ଏହାର କାରଣ ଥିଲା ତାଙ୍କ ଶରୀର, ଭାରି ଓଜନ କାରଣରୁ ତାଙ୍କ ଫିଲ୍ମ ସଫଳ ହେଉନଥିଲା । ମାତ୍ର ଏହା ପରେ ସେ ନିଜର ଓଜନ କମାଇଥିଲେ । ଏବେ ସେ ଜଣେ ସଫଳ ଅଭିନେତ୍ରୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More