Only for Entertainment

B’day Special : ଡେବ୍ୟୁ ଫିଲ୍ମରୁ ହିଁ ସୁପରଷ୍ଟାର ହୋଇଥିଲେ ସଲମାନ ଖାନ, ୧୯ ବର୍ଷ ବୟସରେ ଏହି ଝିଅକୁ କରୁଥିଲେ ପ୍ରେମ ।

you tube
40

ବଲିଉଡ ଅଭିନେତା ସଲମାନ ଖାନ ଆଜି ୫୪ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ମୁମ୍ବାଇରେ ୨୭ ଡିସେମ୍ବର ୧୯୬୫ରେ ସଲିମ ଖାନ ଏବଂ ସଲମା ଖାନଙ୍କ ଘରେ ସଲମାନ ଙ୍କ ଜନ୍ମ ହୋଇଥିଲା । ତିନି ଭାଇ ଏବଂ ଦୁଇ ଭଉଣୀଙ୍କ ମଧ୍ୟରେ ସେ ସବୁଠାରୁ ବଡ । ସଲମାନ ଖାନ ୧୯୮୯ରେ ରିଲିଜ ହୋଇଥିବା ସୁରଜ ବଡଜାତ୍ୟାଙ୍କ ଫିଲ୍ମ ‘ମେନେ ପ୍ୟାର କିୟା’ରୁ ନିଜ କ୍ୟାରିଅରର ଆରମ୍ଭ କରିଥିଲେ । ଏହି ଫିଲ୍ମ ପାଇଁ ତାଙ୍କୁ ବେଷ୍ଟ ଡେବ୍ୟୁ ଆକ୍ଟରର ଆୱାର୍ଡ ମିଳିଥିଲା । ସଲମାନ ଖାନଙ୍କ ବାୟୋଗ୍ରାଫି ‘ବିଙ୍ଗ ସଲମାନ’କୁ ଲେଖିଥିବା ଜସିମ ଖାନ ନିଜର ଏହି ପୁସ୍ତକରେ ଲେଖିଛନ୍ତି ଯେ ସଲମାନ ଖାନ ୧୯ ବର୍ଷ ବୟସରେ ପ୍ରେମରେ ପଡିଥିଲେ । ଏପରିକି ସଲମାନ ଗର୍ଲଫ୍ରେଣ୍ଡକୁ ଦେଖା କରିବା ପାଇଁ ଘଣ୍ଟା ଘଣ୍ଟା ତାଙ୍କ କଲେଜ ଆଗାରେ ଅପେକ୍ଷା କରିଥିଲେ ।

ଜସୀମ ଖାନ ନିଜ ପୁସ୍ତକରେ ଏହା ମଧ୍ୟ ଲେଖିଥିଲେ ଯେ, ସଲମାନ ଖାନ ବିଗତ ଦିନର ହିରୋ ଅଶୋକ କୁମାରଙ୍କ ନାତୁଣୀ ଶାହୀନ ଜାଫରୀଙ୍କୁ ପ୍ରେମ କରୁଥିଲେ । ବିଶ୍ୱଦୀପ ଘୋଷ ‘ହାଲ ଅଫ ଫେମ ସଲମାନ ଖାନ’ରେ ଲେଖିଛନ୍ତି ଯେ ସଲମାନ ଖାନ ଶାହୀନଙ୍କୁ ନିଜ ପରିବାର ସହିତ ଦେଖା କରାଇଥିଲେ । ଦୁହିଁଙ୍କ ଯୋଡିକୁ ସଲମାନଙ୍କ ପରିବାର ଲୋକେ ମଧ୍ୟ ପସନ୍ଦ କରିଥିଲେ କିନ୍ତୁ ତାହା ବିବାହରେ ପରଣତ ହୋଇପାରିଲା ନାହିଁ । ତେବେ ସଲମାନଙ୍କ ଏହି ସମ୍ପର୍କ ଭାଙ୍ଗିବାର କାରଣ ଥିଲେ ୧୯୮୦ର ମିସ ଇଣ୍ଡିଆ ତଥା ମଡେଲ ସଙ୍ଗୀତା ବିଜଲାନୀ ।

ସଲମାନଙ୍କ ନାମ ପ୍ରଥମେ ସଙ୍ଗୀତା ବିଜଲାନୀଙ୍କ ସହିତ ଯୋଡି ହୋଇଥିଲା । ଏପରିକି ଦୁହେଁ ବିବାହ କରିବେ ବୋଲି କାର୍ଡ ମଧ୍ୟ ଛପା ସରିଥିଲା କିନ୍ତୁ ସଙ୍ଗୀତା ବିବାହ କରିବା ପାଇଁ ମନା କରିଦେଇଥିଲେ । ସଲମାନଙ୍କ ଆଫେୟର ଲିଷ୍ଟରେ ସୋମୀ ଅଲ୍ଲୀଙ୍କ ନାମ ମଧ୍ୟ ସାମିଲ ରହିଛି । ସୋନୀଙ୍କ ପରେ ହମ ଦିଲ ଦେ ଚୁକେ ସନମର ସୁଟିଂ ସମୟରେ ସଲମାନଙ୍କୁ ଐଶ୍ୱର୍ୟ୍ୟାଙ୍କ ସହିତ ପ୍ରେମ ହୋଇଯାଇଥିଲା । କିନ୍ତୁ ସଲମାନଙ୍କ ପୋଜେଶିଭ ବିହେଭ ପାଇଁ ଏହି ସମ୍ପର୍କ ମଧ୍ୟ ଭାଙ୍ଗି ଯାଇଥିଲା । ଏହା ପରେ ସେ କ୍ୟାଟ୍ରିନାଙ୍କୁ ଡେଟ କରିଥିଲେ । କ୍ୟାଟ୍ରିନାଙ୍କ ସହିତ ତାଙ୍କର ରିଲେସନ ୬ ବର୍ଷ ପର୍ୟ୍ୟନ୍ତ ଚାଲିଥିଲା । କିନ୍ତୁ ଏହା ଆଗକୁ ବଢି ପାରିଲା ନାହିଁ । ଏବେ ସଉଣିବାକୁ ମିଳୁଛି ଯେ ସଲମାନ ରୋମାନିଆ ମଡେଲ ୟୁଲିଆ ବନ୍ତୁରଙ୍କୁ ଡେଟ କରୁଛନ୍ତି କିନ୍ତୁ ତାହା ବିଷୟରେ ସେ ଖୋଲା ଖୋଲି ଭାବେ ସ୍ୱିକାର କରିନାହାଁନ୍ତି ।

ସଲମାନଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ ନିକଟରେ ସଲମାନ ଖାନଙ୍କ ଫିଲ୍ମ ଦବଙ୍ଗ ୩ ରିଲିଜ ହୋଇଛି । ଫିଲ୍ମରେ ସଲମାନୁଙ୍କ ସହିତ ସଇ ମାଞ୍ଜରେକର, ସୋନାକ୍ଷୀ ସିହ୍ନା ପରି କଳାକାର ନଜର ଆସିଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଭୂଦେବା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More