Only for Entertainment

ଇଣ୍ଡଷ୍ଟ୍ରିକୁ ଆସିବା ପୂର୍ବରୁ କଲ ସେଂଟରରେ କାମ କରୁଥିଲେ ଏହି ଅଭିନେତ୍ରୀ । କ୍ୟାଟ୍ରିନାଙ୍କ କାରଣରୁ ବୁଡ଼ି ଯାଇଥିଲା କ୍ୟାରିଅର ।

bollywood tadka
33

ବଲିଉଡ ଅଭିନେତ୍ରୀ ଜରିନ ଖାନ ଆଜି ତାଙ୍କର ୩୨ ତମ ଜନ୍ମଦିନ ପାଳନ କରୁଛନ୍ତି । ଜରିନଙ୍କ ଜନ୍ମ ୧୪ ମଇ ୧୯୮୭କୁ ମୁମ୍ବାଇରେ ହୋଇଥିଲା । ଜରିନ ତାଙ୍କ ଜୀବନରେ ଖୁବ ଷ୍ଟ୍ରଗଲ କରିଛନ୍ତି । କୁହାଯାଏ ଚାହୁଁଥିବା ଜିନିଷ ଯଦି ନ ମିଳେ ତେବେ କଷ୍ଟ ଲାଗେ । ଏହିଭଳି କିଛି ହୋଇଛି ଜରିନଙ୍କ ସହିତ । ଏଥିପାଇଁ ସେ ଅନ୍ର କାହାକୁ ନୁହେଁ ବରଂ କ୍ୟାଟ୍ରିନାଙ୍କୁ ଦାୟୀ କରନ୍ତି ।

ବାସ୍ତବରେ ଜରିନଙ୍କ ପାଇଁ ଆରମ୍ଭ ଖୁବ କଷ୍ଟ ଥିଲା । କୁହାଯାଏ ତାଙ୍କ ଚେହେରା କ୍ୟାଟ୍ରିନାଙ୍କ ସହିତ ମିଶେ । କେହି କେହି ତାଙ୍କ ଲୁକ୍ସକୁ ସନି ଲିଓନଙ୍କ ସହିତ ମଧ୍ୟ ତୁଳନା କରନ୍ତି । ଆଜି ଆମେ ତାଙ୍କ ବିଷୟରେ ସେହିଭଳି ଏକ କଥା କହିବୁ ଯାହା ଖୁବ କମ ଲୋକ ଜାଣିଥିବେ ।

ଜରିନ ଛୋଟ ଥିବା ବେଳେ ତାଙ୍କ ବାପା ମା ଅଲଗା ହୋଇ ଯାଇଥିଲେ । କାରଣ ତାଙ୍କ ବାପା ଦୁଇଟି ଝିଅଙ୍କ ଦାୟୀତ୍ୱ ନେବାକୁ ଚାହୁଁନଥିଲେ । ଜରିନ କଲେଜ ପଢିବା ସମୟରେ ସେଭଳି ଆଦୌ ନଥିଲେ ଯେପରି ଆଜି ଅଛନ୍ତି । ସେ ଖୁବ ଜଙ୍କ ଫୁଡ ଖାଉଥିଲେ, ଯେଉଁ କାରଣରୁ ତାଙ୍କ ଓଜନ ୧୦୦ କିଲୋରୁ ଅଧିକ ଥିଲା । କେବେ ମଧ୍ୟ ଜରିନ ଅଭିନେତ୍ରୀ ହେବାକୁ ଚାହୁଁନଥିଲେ । ତାଙ୍କ ସ୍ୱପ୍ନ ଥିଲା ଜଣେ ଡାକ୍ତର ହେବାକୁ । ପରିବାରର ଆର୍ଥିକ ଅବସ୍ଥା ଠିକ ନଥିବାରୁ ତାଙ୍କ ସ୍ୱପ୍ନ ପୂରଣ ହୋଇପାରିଲା ନାହିଁ । ଘରର ଅବସ୍ଥା ଠିକ ନଥିବାରୁ ଜରିନ ପକେଟ ମନି ପାଇଁ କଲ ସେଂଟରରେ କାମ କରୁଥିଲେ ।

କୁହାଯାଏ ଥରେ ଯୁବରାଜ ସେଟରେ ସଲମାନ ଜରିନଙ୍କୁ ଦେଖିଥିଲେ ଏବଂ ତାଙ୍କ ମଧ୍ୟରେ ସଲମାନଙ୍କୁ ରାଜକୁମାରୀ ନଜର ଆସିଥିଲେ । ଏହାପରେ ସଲମାନ ତାଙ୍କ ଫିଲ୍ମ ପାଇଁ ଚୟନ କରିନେଲେ ଏବଂ ଜରିନଙ୍କ ଭାଗ୍ୟ ବଦଳିଗଲା । ଜରିନ ଫିଲ୍ମକୁ ଆସିବା ପୂର୍ବରୁ ଓଜନ କମ କରି ଦେଇଥିଲେ କିନ୍ତୁ ତାଙ୍କୁ ଓଜନ ବଢାବାକୁ କୁହାଗଲା, ଯାହାପରେ ସେ ଓଜନ ବଢାଇଥିଲେ । ଏହାକୁ ନେଇ ଖୁବ ଆଲୋଚନା ମଧ୍ୟ ହୋଇଥିଲା । ତେବେ କ୍ୟାଟ୍ରିନାଙ୍କ ପାଇଁ ତାଙ୍କ କ୍ୟାରିଅର ବୁଡ଼ି ଯାଇଛି ବୋଲି ସେ ଭାବନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More