Only for Entertainment

ସଂଘର୍ଷ ସମୟରେ ଖାଲି ପେଟରେ ରାତି ବିତାଉଥିଲେ ଏହି ବ୍ୟକ୍ତି ! ଏବେ ଦବଙ୍ଗ ଖାନଙ୍କୁ ଦେଉଛନ୍ତି ନିର୍ଦ୍ଦେଶନା !

bizasialive
0 68

ନିର୍ଦ୍ଦେଶକ ତଥା କୋରିଓଗ୍ରାଫର ରେମୋ ଡିସୁଜାଙ୍କର ଆଜି ୪୩ତମ ଜନ୍ମଦିବସ । ରେମୋଙ୍କ ଜନ୍ମ ୨ଅପ୍ରେଲ ୧୯୭୪ରେ ଏକ ମଧ୍ୟବିତ୍ତ ପରିବାରରେ ହୋଇଥିଲା । ତାଙ୍କର ପିତା ଗୋପୀ ନାୟର ଇଣ୍ଡିଆନ ଏୟାରଫୋର୍ସରେ ଅପିସର ଥିଲେ । ରେମୋ ଆଜି ଯେଉଁ ସ୍ତରରେ ପହଂଚି ପାରିଛନ୍ତି, ଏହା ପଛରେ ତାଙ୍କର ଅନେକ ସଂଘର୍ଷର କାହାଣୀ ଲୁଚି ରହିଛି । ଆସନ୍ତୁ ଆଜି ତାଙ୍କ ଜନ୍ମ ଦିବସରେ ତାଙ୍କ ସମ୍ପର୍କରେ କିଛି ଖାସ କଥା ଜାଣିବା ।

ରେମୋ ଯେତେବେଳେ ଜାମନଗର, ଗୁଜୁରାଟରେ ୧୦ମ ଶ୍ରେଣୀ ଅଧ୍ୟୟନ କରିଥିଲେ । ପାଠ ପଢା ସମୟରେ ସେ ଭାବି ନେଇଥିଲେ ଆଉ ଆଗକୁ ପଢିବେ ନାହିଁ ବୋଲି, ଏହାପରେ ସେ ଗୁଜୁରାଟରୁ ମୁମ୍ବାଇ ଆସିଯାଇଥିଲେ । ମାତ୍ର ରେମୋଙ୍କ ପିତା ଚାହୁଥିଲେ ରେମୋଙ୍କୁ ଏୟାରଫୋର୍ସରେ ଦେଖିବା ପାଇଁ । କିନ୍ତୁ ରେମୋଙ୍କ ମନ ପାଠ ପଢାରେ ନଥିଲା ଏବଂ ସେ ଡ୍ୟାନ୍ସକୁ କ୍ୟାରିୟର ରୂପେ ମାନି ନେଇଥିଲେ ।

1498134768

ମାଇକେଲ ଜ୍ୟାକସନଙ୍କୁ ରେମୋ ନିଜର ଗୁରୁ ଭାବି ଦେଇଥିଲେ ଏବଂ ତାଙ୍କୁ ଦେଖି ଦେଖି ନିଜେ ମନକୁ ଡ୍ୟାନ୍ସ ଶିଖିଥିଲେ । ସେ ଡ୍ୟାନ୍ସ ପାଇଁ କୌଣସି ସ୍ଥାନରୁ ତାଲିମ ପ୍ରାପ୍ତ କରି ନଥିଲେ । ପିଲାଦିନରୁ ହିଁ ତାଙ୍କର ଡ୍ୟାନ୍ସ ପ୍ରତି ଏତେ ମାତ୍ରାରେ ରୁଚି ରହିଥିଲା ଯେ ସ୍କୁଲ କାର୍ଯ୍ୟକ୍ରମରେ ମଧ୍ୟ ଡ୍ୟାନ୍ସରେ ଭାଗ ନେଉଥିଲେ । ଏକ ସାକ୍ଷାତକାରରେ ରେମୋ ନିଜ ମୁହଁରେ କହିଥିଲେ ସେ ଟିଭି ଦେଖି ଡ୍ୟାନ୍ସ ଶିଖୁଥିଲେ ।

ରେମୋ ମୁମ୍ବାଇରେ ପହଂଚିବା ପରେ ରହିବାର କୌଣସି ଠିକଣା ନଥିଲା । ଏହାପରେ ସେ ତାଙ୍କ ବନ୍ଧୁ ମାନଙ୍କ ସହାୟତାରେ ୩ଟି ଡ୍ୟାନ୍ସ ଏକାଡେମୀ ଖୋଲି ପିଲାମାନଙ୍କୁ ତାଲିମ ଦେବା ଆରମ୍ଭ କରିଦେଇଥିଲେ । ମାତ୍ର ବର୍ଷା ଦିନେ ତାଙ୍କ ପାଖରେ ଗୋଟେ ବି ଛାତ୍ର ହେଉନଥିଲେ । ଯେଉଁକାରଣରୁ ତାଙ୍କୁ ଭୋକିଲା ରହିବାକୁ ପଡୁଥିଲା । ଥରେ ବାନ୍ଦ୍ରା ଷ୍ଟେସନରେ ସେ ବିନା ଖାଦ୍ୟରେ ୩ଦିନ କାଟିଥିଲେ ।

Remo-Dsouza-01

ଯେଉଁ ସମୟରେ ତାଙ୍କ ଟିମ ଅଲ ଇଣ୍ଡିଆ ଡ୍ୟାନ୍ସ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲା ସେବେଠାରୁ ରେମୋଙ୍କୁ ସମସ୍ତେ ଚିହ୍ନିବାକୁ ଲାଗିଥିଲେ । ସେ ବର୍ଷେ ପର୍ଯ୍ୟନ୍ତ ଅହମ୍ମଦ ଖାନଙ୍କ ସହ ଆସିଷ୍ଟାଂଟ ଭଳି କାର୍ଯ୍ୟ କରୁଥିଲେ । ଏହାପରେ ସେ ନିଜେ ଏକା କାମ କରିବାକୁ ଆରମ୍ଭ କରିଥିଲେ । ବର୍ତ୍ତମାନ ଡ୍ୟାନ୍ସ ଦୂନିଆରେ ପ୍ରସିଦ୍ଧ ଅଟନ୍ତି ଏବଂ ତାଙ୍କୁ ନ୍ୟାଶନାଲ ଆୱାର୍ଡ ମଧ୍ୟ ମିଳିସାରଛି ।

ଡ୍ୟାନ୍ସ ଛଡା ରେମୋ ଅନେକ ଫିଲ୍ମରେ ମଧ୍ୟ ନିର୍ଦ୍ଦେଶନା ଦେଇସାରିଲେଣି । ତାଙ୍କର ପ୍ରଥମ ଫିଲ୍ମ ‘ଫାଲତୁ’ ୨୦୧୧ରେ ପରଦାକୁ ଆସିଥିଲା । ଏହାପରେ ‘ଏବିସିଡି’ସିରିଜ ଫିଲ୍ମର ମଧ୍ୟ ନିର୍ଦ୍ଦେଶକ ଅଟନ୍ତି ରେମୋ । ତାଙ୍କର ନିର୍ଦ୍ଦେଶନାରେ ‘ଏବିସିଡି ରିଲୋଡେଡ’ଫିଲ୍ମ ୨୦୧୯ରେ ପରଦାକୁ ଆସିବ । ସେହିଭଳି ଏବେ ତାଙ୍କ ନିର୍ଦ୍ଦେଶନାରେ ଆଉ ଏକ ଫିଲ୍ମ ଚଳିତ ବର୍ଷ ଜୁଲାଇ ୧୫ରେ ପରଦାକୁ ଆସିବାକୁ ଯାଉଅଛି । ଯାହାର ନାଁ ରହିଛି ‘ରେସ ୩’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More