Only for Entertainment

ବର୍ଥଡେ ସ୍ପେଶାଲ : ଅଜୟ ଏବଂ ତବୁଙ୍କ ଦାଦାଙ୍କ ପୁଅ ତବୁଙ୍କ ବିବାହ ଆଗକୁ ବଢିବାକୁ ଦେଲେନି !

20

ବଲିଉଡ ଅଭିନେତ୍ରୀ ତବୁ ଆଜି ନିଜର ୪୮ତମ ଜନ୍ମ ଦିବସ ପାଳନ କରୁଛନ୍ତି । ବଲିଉଡ ଅଭିନେତ୍ରୀ ଆଜି ପର୍ଯ୍ୟନ୍ତ ବିବାହ କରି ନାହାନ୍ତି । । ସେମିତିବି ତବୁ ନିଜର ବିବାହକୁ ନେଇ କୌଣସି କମେଂଟ ଦିଅନ୍ତି ନାହିଁ , କିନ୍ତୁ ଥରେ ତାଙ୍କ ବିବାହକୁ ନେଇ ଖୁଲାସା କରିଥିଲେ । ସେ କହିଥିଲେ ଯେ ଆଜିକୁ ସେ ବାହା ହେଇ ତାଙ୍କର ସଂସାର ଥାଆନ୍ତା, ଯଦି ଅଜୟ ତବୁଙ୍କ ଦାଦାଙ୍କ ପୁଅ ସହ ମିଶି ଯେଉଁ ପୁଅ ତାଙ୍କୁ ପ୍ରପୋଜ କରୁଥିଲେ ତାଙ୍କୁ ମାରି ନଥାଆନ୍ତେ ତେବେ ।

ତବୁ କହିଲେ ଅଜୟ ତାଙ୍କୁ ନେଇ ଏତେ ପ୍ରୋଟେକ୍ଟିଭ ଥିଲେ ଯେ ଯେଉଁ ପୁଅ ସହ ତବୁ କଥା ହେଉଥିଲେ ତାଙ୍କୁ ଲାଗୁଥିଲା ଯେ ସେ ତବୁଙ୍କୁୁ ହଇରାଣ କରୁଛନ୍ତି । ଏହିକାରଣରୁ ଅଜୟ ଏବଂ ତବୁଙ୍କ ଭାଇ ଜାସୁସୀ କରୁଥିଲେ ଏବଂ ତବୁଙ୍କ ପିଛା ମଧ୍ୟ କରୁଥିଲେ । ଏହିକାରଣରୁ ଦୁହେଁ ମିଶି ତବୁଙ୍କ ବିବାହ ପାଇଁ ଆଗକୁ ବଢିବାକୁ ଦେଲେନି । ମାତ୍ର ବିବାହ ନ କରିବା ନିଷ୍ପତ୍ତିକୁ ନେଇ ତବୁ ଖୁସି ଥିବା କହିଛନ୍ତି , କାରଣ ନିଜ ଲାଇଫ ସେ ନିଜ ଖୁସିରେ ଉପଭୋଗ କରୁଛନ୍ତି ।

ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଧିକ ବନ୍ଧୁୁ ନଥିବା କଥା ପଚାରିବାରୁ ତବୁ କହିଥିଲେ ଯେ ତାଙ୍କର ଇଣ୍ଡଷ୍ଟ୍ରିରେ ଖୁବ ଭଲ ବନ୍ଧୁ ଅଛନ୍ତି , ମାତ୍ର ଖୁବ କମ ବନ୍ଧୁ ଅଛନ୍ତି । କରଣ ଏବଂ ରୋହିତ ତାଙ୍କର ଭଲ ବନ୍ଧୁ ଅଟନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More