Only for Entertainment

ଜେଲରେ ଏପରି ବିତିଲା ସଲମାନଙ୍କ ଦ୍ୱିତୀୟ ଦିନ, କହିଲେ ସୈଫ ଏବଂ ଅନ୍ୟ ଷ୍ଟାରର୍ସ ମିଶି ମେତେ ଫସାଇ ଦେଲେ

Firstpost
0 56

କୃଷ୍ଣସାର ମୃଗ ଶୀକାର ମାମଲାରେ ଦୋଷୀସାବ୍ୟସ୍ତ ହୋଇ ସଲମାନ ଖାନ ଦୁଇଦିନ ହେଲା ଜେଲରେ ଅଛନ୍ତି । ଲଗାତାର ଦ୍ୱିତୀୟ ଦିନ ଲାଗି ତାଙ୍କୁ ଜେଲରେ ରାତି କାଟିବାକୁ ପଡିଛି । ତେବେ ଶୁକ୍ରବାରଦିନ କେମିତି ଥିଲା ସଲମାନଙ୍କ ଦିନ ଆସନ୍ତୁ ଜାଣିବା ।

ସଲମାନଙ୍କ ଅସୁବିଧା ଦିନକୁ ଦିନ ବଢିବାକୁ ଲାଗିଛି । ଜେଲରେ କାଫି ସମୟ ଚୁପ ରହିବା ପରେ ସଲମାନ ଗାର୍ଡଙ୍କ ସହିତ କଥା ହୋଇଥିଲେ ଏବଂ ମଜାକ ମଧ୍ୟ କରିଥିଲେ । ସେ ଗାର୍ଡଙ୍କୁ କହିଥିଲେ ସୈଫ ଅଲୀ ଖାନ ଏବଂ ଅନ୍ୟ ଷ୍ଟାରମାନେ ମିଶି ମେତେ ଫସାଇ ଦେଲେ ।

salman-khan

ସୂଚନା ଅନୁସାରେ, ସଲମାନ ଶୁକ୍ରବାର ଦିନସାରା ଜେଲ କୋଠରୀରେ ଆରାମ କରିଥିଲେ । ସକାଳୁ ସେ ଜଳଖିଆ କରିନଥିଲେ । କିନ୍ତୁ ମଧ୍ୟାହ୍ନ ଭୋଜନରେ ରୁଟି , ଡାଲି ଓ ତରକାରୀ ଖାଇଥିଲେ । ଖାଇବା ପରେ ସେ ବିଶ୍ରାମ କରିଥିଲେ । ଏହାପରେ ବ୍ୟାୟମ କରି ଚା ପିଇଥିଲେ । ସୁଲୁମିଆଁକୁ ସାଧାରଣ କଏଦୀଙ୍କ ଭଳି ଖାଇବାକୁ ଦିଆଯାଉଛି । କାଲି ରାତିରେ ସେ ରୁଟି, ଡାଲି ଓ ତରକାରୀ ଖାଇଥିଲେ ।

ଗୁରୁବାର ରାତିରେ ବି ତାଙ୍କୁ ଖାଇବାକୁ ଦିଆଯାଇଥିଲା , କିନ୍ତୁ ସେ ଖାଇବାକୁ ମନାକରିଦେଇଥିଲେ । ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More