Only for Entertainment

ଦବଙ୍ଗ ଅନ୍ଦାଜରେ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଲେ ସଲମାନ, ଦେଖନ୍ତୁ ଭିଡିଓ

INDIA TV NEWS
0 59

କୃଷ୍ଣସାର ମୃଗ ଶିକାର ମାମଲାରେ ଜେଲରୁ ମୁକୁଳିବା ପରେ ସଲମାନ ଖାନଙ୍କୁ ତାଙ୍କର ଫ୍ୟାନମାନେ ବାଣ ଫୁଟାଇ ସ୍ୱାଗତ କରିଛନ୍ତି । ତେବେ ସଲମାନ ଘରେ ପହଁଚିବା ପରେ ତାଙ୍କ ଘର ସାମ୍ନାରେ ଫ୍ୟାନ୍ସଙ୍କ ଭିଡ ଦେଖିବାକୁ ମିଳିଥିଲା । ଅନ୍ୟପକ୍ଷରେ ସଲମାନ ପ୍ରଶଂସକଙ୍କ ସମର୍ଥନର ଉତ୍ତର ଦେବା ପାଇଁ ଘରର ବାଲକୋନିକୁ ଆସିଥିଲେ । ଏବଂ ହାତ ହଲାଇ ଧନ୍ୟବାଦ ଦେଇଥିଲେ । ଏହା ସହିତ ସେ ଇଶାରା କରି ପ୍ରଶଂସକମାନଙ୍କୁ ଫେରିଯିବା ପାଇଁ କହିଥିଲେ । ଏହି ସମୟରେ ସଲମାନଙ୍କ ଭଣଜା ଆହିଲ, ପିତା ସଲିମ ଖାନ, ମା’ ସଲମା ଏବଂ ବଡିଗାର୍ଡ ସେରା ମଧ୍ୟ ଉପସ୍ଥିତ ଥିଲେ ।

ସଲମାନଙ୍କୁ ବେଲ ମିଳିବା ପରେ ସେ ଏକ ସ୍ପେଶାଲ ଚାଟର୍ଡ ପ୍ଲେନରେ ମୁମ୍ବାଇ ପହଁଚିଥିଲେ । ଜାମିନ ପରେ ସଲମାନ କହିଥିଲେ ଜାମିନ ପରେ ସେ ଚିନ୍ତା ମୁକ୍ତ ଅଛନ୍ତି । ଏବଂ ଏହାର ଖୁସି ତାଙ୍କ ମୁଁହରୁ ସ୍ପଷ୍ଟ ଦେଖାଯାଉଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More