Only for Entertainment

କଳାଧନ କାରବାରକୁ ନେଇ ଆସିଲା ଅକ୍ଷୟଙ୍କ ନାମ ।

youtube
0 34

ବଲିଉଡ ସୁପରଷ୍ଟାର୍‌ ଅକ୍ଷୟ କୁମାରଙ୍କ ଏକ ଆଗାମୀ ସିନେମାରେ କଳା ଟଙ୍କା ଲାଗି ଥିବାର ଅଭିଯୋଗ ହୋଇଛି। ଏହି ସିନେମା ହେଲା ‘ହାଉସଫୁଲ୍‌-୪’ । ଏଥିରେ ଅକ୍ଷୟ କୁମାରଙ୍କ ବ୍ୟତୀତ ବବି ଦେଓଲ୍‌, କ୍ରିତି ସାନନ୍‌, ରିତେଶ ଦେଶମୁଖ୍‌ ପ୍ରମୁଖ ଅଛନ୍ତି। ‘ହାଉସଫୁଲ୍‌-୪’ ଏକ ରେକର୍ଡ ସୃଷ୍ଟି କରିଥିବା କୁହାଯାଉଛି। ଏହି ଫିଲ୍ମର ଏକ ବଡ଼ ଡିଲ୍‌ ହୋଇଥିବା ଜଣାଯାଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ,ସାଜିଦ୍‌ ନାଡିଆଡଓ୍ଵାଲାଙ୍କ ପ୍ରଯୋଜିତ ‘ହାଉସ୍‌ଫୁଲ-୪’ର ସମସ୍ତ ରାଇଟ୍‌ସ ୨୦୦ କୋଟି ଟଙ୍କାରେ ବିକ୍ରି ହୋଇଛି। ଏଥିରେ ଥିଏଟ୍ରିକାଲ୍‌,ଓଭରସିଜ୍‌,ସାଟେଲାଇଟସ୍‌ ଓ ଡିଜିଟାଲ୍‌ ରାଇଟ୍‌ସ ଆଦି ଅନ୍ତର୍ଭୁକ୍ତ।

କୁହାଯାଉଛି ଫକ୍‌ସ ଷ୍ଟାର୍‌ ଇଣ୍ଡିଆ ଉପରୋକ୍ତ ସମସ୍ତ ରାଇଟ୍‌ସ ନିର୍ମାତା ସାଜିଦ୍‌ ନାଡିଆଡଓ୍ଵାଲାଙ୍କ ଠାରୁ କ୍ରୟ କରିଛି। ଏଭଳି ଡିଲ୍‌ କରାଯିବାର ଏହା ପ୍ରଥମ। ଯାହା ଜଣାଯାଇଛି ଅକ୍ଷୟ କୁମାର ‘ହାଉସ୍‌ଫୁଲ୍‌-୪’ରେ ସାମିଲ୍‌ ହେବା ପରେ ହିଁ ଏଭଳି ବ୍ୟାବସାୟିକ ଚୁକ୍ତିନାମା ସମ୍ଭବପର ହୋଇଛି।

ଆହୁରି ମଧ୍ୟ ଶୁଣିବାକୁ ମିଳୁଛି ଯେ,ଏହି ଡିଲ୍‌ରେ ନଗଦ ଅର୍ଥ କାରବାର ମଧ୍ୟ ହୋଇଛି। ଏଥିରେ କଳା ଧନ କାରାବାର ମଧ୍ୟ ରହିିଥିବା କୁହାଯାଇଛି। ଏହି ଖବର କେନ୍ଦ୍ର ସରକାରଙ୍କ ଏଜେନ୍‌ସିକୁ ମିଳିଯାଇଛି।

ଅକ୍ଷୟ କୁମାର ଦେଶର ସର୍ବାଧିକ ଆୟକର ପ୍ରଦାନ କରୁଥିବା ଅଭିନେତା। ତାଙ୍କ ଫିଲ୍ମର ଏଭଳି କଳା କାରବାର ନିଶ୍ଚିତ ରୂପେ ବିସ୍ମୟକର।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More