Only for Entertainment

ଫ୍ୟାସନ ଦୁନିଆରେ ଟ୍ରେଣ୍ଡ କରୁଛି ବ୍ଲାକ ମେଟାଲ ଝୁମକା ।

karatique
0 26

ମହିଳାଙ୍କ ସୌନ୍ଦର୍ଯ୍ୟକୁ ପରିପୂର୍ଣ୍ଣ କରିଥାଏ ଝୁମକା। ତେବେ ସମୟ ସହ ତାଳ ଦେଇ ବଦଳୁଛି ସବୁକିଛି, କିନ୍ତୁ ଝୁମକା ନିଜର ପରିଚୟକୁ ପୂର୍ବପରି ବଜାୟ ରଖିଛି। ଫ୍ୟାସନ୍ ଦୁନିଆରେ ଏହାର ଲୁକ୍ ଏବେ ପ୍ରତ୍ୟେକ ବର୍ଗର ମହିଳାଙ୍କ ପ୍ରଥମ ପସନ୍ଦ , ବିଶେଷକରି ବ୍ଲାକ୍ ମେଟାଲ୍ ଝୁମକା, ଝୁମକା ବା କାନଫୁଲ ଏଭଳି ଏକ ଅଳଙ୍କାର, ଯାହାକୁ ପୂର୍ବେ ଶାଢ଼ି ଏବଂ ସାଲୱାର୍ ସହ ମ୍ୟାଚିଂ କରି ପିନ୍ଧାଯାଉଥିଲା। କିନ୍ତୁ ସମୟ ବଦଳିବା ସହିତ ଏହାକୁ ପିନ୍ଧିବାର ଶୈଳୀରେ ବି ପରିବର୍ତ୍ତନ ଆସିଛି।

jhumka1

ଏବେ ଜିନ୍ସ-ଟପ୍, ଲେହେଙ୍ଗା କିମ୍ବା ସ୍କର୍ଟ ସହ ବି ଝୁମକା ପିନ୍ଧା ହେଉଛି। ଝୁମକା ପ୍ରତ୍ୟେକ ପୋଷାକରେ ମହିଳାଙ୍କ ଗ୍ଲାମରସ୍ ଲୁକ୍‌କୁ ବର୍ଦ୍ଧିତ କରିପାରିଛି । କେବଳ ସେତିକି ନୁହେଁ, ଝୁମକାର ଚାହିଦା ଏତେ ମାତ୍ରାରେ ବଢ଼ିଲାଣି ଯେ, ବଲିଉଡ୍ ଅଭିନେତ୍ରୀଙ୍କ ଠାରେ ବି ଏହାର ଝଲକ୍ ଦେଖିବାକୁ ମିଳୁଛି।

jhumka

ୱେଷ୍ଟର୍ଣ୍ଣ ଡ୍ରେସରେ ଝୁମକାର ତଡ୍‌କା ଲୁକକୁ ଆକର୍ଷଣୀୟ କରିଥାଏ। ଖାସକରି ବ୍ଲାକ୍ ମେଟାଲ୍ ଝୁମକା। ଯାହା ଏବେ ବଜାରରେ ଛାଇ ରହିଛି। ଏହାର ହଜାର ପ୍ରକାରର ଡିଜାଇନ୍ ଏବେ ଉପଲବ୍ଧ। ଯୁବତୀମାନେ ଜିନ୍ସ ଟପ୍ ସାଙ୍ଗକୁ ଝୁମକା ପିନ୍ଧି ପାରୁଛନ୍ତି। ପାର୍ଟି ହେଉ କି ବିବାହ ପାର୍ଟି ସବୁଠି ଏହାକୁ ପିନ୍ଧା ଯାଇପାରିବେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More