Only for Entertainment

‘ବ୍ଲାଙ୍କ’ର ନୂଆ ଗୀତ ରିଲିଜ, ଶଳା କରଣ କପାଡିଆଙ୍କ ସହିତ ଦେଖିବାକୁ ମିଳିଲା ଅକ୍ଷୟ କୁମାରଙ୍କ ନିଆରା କେମେଷ୍ଟ୍ରୀ

YouTube
30

ଅକ୍ଷୟ କୁମାରଙ୍କ ଶଳା ତଥା ଟ୍ୱିଙ୍କିଲ ଖନ୍ନା ଏବେ ନିଜର ବଲିଉଡ ଡେବ୍ୟୁକୁ ନେଇ ଚର୍ଚ୍ଚାରେ ଅଛନ୍ତି । ତେଲ୍କେରଣଙ୍କ ଡେବ୍ୟୁ ଫିଲ୍ମ ବ୍ଲାଙ୍କରେ ଅକ୍ଷୟ ଏବଂ କରଣଙ୍କୁ ନେଇ ଏବେ ଏକ ଗୀତ ପ୍ରସ୍ତୁତ କରାଯାଇଛି ଯାହାକୁ ଆଜି ରିଲିଜ କରାଯାଇଛି । ଏହି ଗୀତର ଟାଇଟେଲ ରହିଛି ‘ଅଲ୍ଲୀ ଅଲ୍ଲୀ’ । ଏହି ଗୀତରେ ଅକ୍ଷୟ ନିଜ ଶଳା କରଣଙ୍କ ସହିତ ଜବରଦସ୍ତ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଏହି ଗୀତ ହେଉଛି ଫିଲ୍ମର ଏକ ପ୍ରମୋଶନାଲ ସଙ୍ଗ । ଗୀତକୁ ମୁମ୍ବାଇର ଏକ ଷ୍ଟୁଡିଓରେ ସୁଟ କରାଯାଇଛି ।

ଖିଲାଡୀ କୁମାର ଖୋଦ ଏହି ଗୀତକୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । ଗୀତରେ କରଣ ଏବଂ ଅକ୍ଷୟଙ୍କ ଜବରଦସ୍ତ କେମେଷ୍ଟ୍ରୀ ଦେଖିବାକୁ ମିଳିଛି । ଏହା ସହିତ ଗୀତକୁ ନେଇ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମଧ୍ୟ ଆସିବାରେ ଲାଗିଛି ।

ଏହି ଗୀତରେ ବି ପ୍ରାକ ଏବଂ ଅର୍କୋ ଭଏସ ଦେଇଥିବା ବେଳେ ଏହାର ଲିରିକ୍ସ ଲେଖିଛନ୍ତି ଅର୍କୋ ଏବଂ ଅଦେପ ସିଂ । ଫିଲ୍ମ ବିଷୟରେ କହିବାକୁ ଗଲେ ଏହି ଫିଲ୍ମରେ କରଣ କପାଡିଆଙ୍କ ସହିତ ଅବିନେତା ସନ୍ନି ଦେଓଲ ମଧ୍ୟ ନଜର ଆସିବେ । ଫିଲ୍ମ ୩ ମଇରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More