Only for Entertainment

ବନ୍ଦ ହେବ ତଥ୍ୟ ଲିକ୍ କରୁଥିବା ବୃହତ ହ୍ୟାକର ୱେବସାଇଟ ତାମିଲ ରକର୍ସ, କୋର୍ଟର ନିର୍ଦ୍ଦେଶ

aajtak
48

ଦିଲ୍ଲୀ ହାଇକୋର୍ଟ ଇଂଟରନେଟ ସର୍ଭିସ ପ୍ରୋଭାଇଡର୍ସ (ଓଚଝଗ୍ଦ) କୁ ତାମିଲ ରକର୍ସ, ଋତଞଠ, କୈଟମୁବିଜ ଏବଂ ଲାଇମଟାଁରେଂଟ ଭଳି ୱେବସାଇଟ ସେବାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ୱେବସାଇଟ ଉପରେ ଫିଲ୍ମଗୁଡିକୁ ଅଣସିକୃତ ଏବଂ ୱାନର ବ୍ରାସ, ୟୁନିଭର୍ସାଲ ଓ ନେଟଫ୍ଲିକ୍ସ ଭଳି ଟିଭି ସିରିଜର ବାଂଟୁଥିବା ଅଭିଯୋଗ ହୋଇଛି । ଏହି ୱେବସାଇଟର ୟୁଆରଏଲ ଓ ଆଇପି ଆଡ୍ରେସ ବ୍ଲକ କରିବାକୁ ରିପୋର୍ଟରେ ଜଷ୍ଟିସ ସଂଜୀବ ନରୁଲା ଓଚଝଗ୍ଦ କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ନିର୍ଦ୍ଦେଶ କୋର୍ଟ ଟଝ ବେଷ୍ଟ ଏଂଟରଟେନମେଂଟ କମ୍ପାନି ୱାନର ବ୍ରାସ ଦ୍ୱାରା ଦାଖଲ କରାଯାଇଥିବା ଆବେଦନ ପତ୍ର ପରେ ଦିଆଯାଇଛି । ଆବେଦନ ପତ୍ରରେ ୱାନର ବ୍ରାସ କହିଛନ୍ତି କି, ଏହି ୱେବସାଇଟ ନା କେବଳ ଅରିଜିନାଲ ତଥ୍ୟ ହୋଷ୍ଟ , ରିପ୍ରଡ୍ୟୁସ ଓ ଡିସ୍ଟ୍ରିବ୍ୟୁଟ କରୁଛି ବରଂ ଲୋକଙ୍କୁ ଉପଲବ୍ଧ କରି ତାଙ୍କ ସହ ଯୋଗାଯୋଗ ମଧ୍ୟ କରୁଛି । ଏହି ୱେବସାଇଟ ଦର୍ଶକଙ୍କୁ ୱାର୍ଣ୍ଣରର ବାସ୍ତବିକ ୱେବସାଇଟ ଭଳି ଟ୍ରିଟ କରୁଛି ।

କହିରଖୁଛୁ କି ତାମିଲ ରାକର୍ସ ପାୟରେସି ପାଇଁ ଏକ କୁଖ୍ୟାତ ୱେବସାଇଟ । ଏହା ନୂଆ ରିଲିଜ ହୋଇଥିବା ଫିଲ୍ମର ପାୟରେଟେଡ କପିକୁ ନିଜ ୱେବସାଇଟରେ ରିଲିଜ କରିଥାଏ । ଜୁଲାଇରେ ରିଲିଜ ହୋଇଥିବା ବିଜୟ ଦେବରାକୋଂଡାଙ୍କ ଫିଲ୍ମ ଡିୟର କାଁମରେଡ’କୁ ମଧ୍ୟ ୱେବସାଇଟରେ ରିଲିଜର ପରେ ପରେ ଲିକ କରିଦେଇଥିଲା । ଏହା ପରେ ଶାହିଦ କପୁରଙ୍କ ଫିଲ୍ମ କବୀର ସିଂହକୁ ମଧ୍ୟ ଏହି ପାୟରେଟେଡ ୱେବସାଇଟରେ ଲିକ କରିଦେଇଥିଲା । ଏହା ପୂର୍ବରୁ କେତେ ଥର ଏହି ୱେବସାଇଟ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆ ଯାଇଛି, କିନ୍ତୁ ପ୍ରକ୍ସିରେ ଛେଡଛାଡ କରି ଏହି ୱେବସାଇଟ ଏବେ ପଯ୍ୟନ୍ତ ଚାଲୁ ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More