Only for Entertainment

୫୦୦ ବର୍ଷ ତଳର ଶବରୁ ବାହାରୁଛି ରକ୍ତ, ଆପଣ ମଧ୍ୟ ବିଶ୍ୱାସ କରିପାରିବେ ନାହିଁ ।

Abroad in the Yard
0 55

ବିଶ୍ୱରେ ଅନେକ ରହସ୍ୟ ଏପରି ରହିଛି ଯାହାକୁ ସହଜରେ ବିଶ୍ୱାସ କରିବା ସମ୍ଭବ ନୁହେଁ । ଏହିପରି ଏକ ରହସ୍ୟର ଖୁଲାସା ନିକଟରେ ହୋଇଛି । ୧୯୯୯ ମସିହାରେ ବୈଜ୍ଞାନିକମାନେ ଆର୍ଜେଣ୍ଟିନାର ଏକ ଜ୍ୱାଳାମୁଖି ନିକଟରୁ ୧୫ବର୍ଷର ଏକ ଝିଅର ଶବ ପାଇଥିଲେ । ଆଉ ଏହି ଶବଟି ୫୦୦ବର୍ଷ ଧରି ମାଟିତଳେ ଥିଲା । ତେବେ ବଡ଼ କଥା ହେଉଛି ବୈଜ୍ଞାନିକମାନେ ଶବଟି କାଢିବା ସମୟରେ ଲାଗୁଥିଲା ସତେ ଯେପରି କିଛିଦିନ ତଳେ ଏହି ଝିଅଟିର ମୃତ୍ୟୁ ହୋଇଛି । ଚମଡା ଠାରୁ ଆରମ୍ଭ କରି ସବୁ ସମାନ୍ୟ ଥିଲା । ଏପରି କି ଚୁଟିରେ ମଧ୍ୟ ଥିଲା ଉକୁଣୀ ।

mummie.600

ଶରୀରରେ ସୁନା, ରୁପା ସହ ଅନେକ ମୁଲ୍ୟବାନ ସମଗ୍ରୀ ମିଳିଥିଲା । ତେବେ ଚକିତ କଲାଭଳି ଘଟଣା ହେଉଛି ଯେ, ଯେତେବେଳେ ଏହି ଝିଅଟିର ଶରୀରକୁ ଡାକ୍ତରମାନେ ଯାଞ୍ଚ କରିବା ଆରମ୍ଭ କରିଥିଲେ ସେତେବେଳେ ରକ୍ତ ମଧ୍ୟ ସତେଜ ଥିଲା । ରକ୍ତ ପରୀକ୍ଷାରୁ ଏଥିରେ ଟିବି ବ୍ୟାକ୍ଟେରିଆ ଥିବା ଜଣାପଡିଥିଲା । ୫୦୦ବର୍ଷ ତଳର ମୃତଦେହରେ କିପରି ଟିବି ବ୍ୟାକ୍ଟେରିଆ ବଞ୍ଚିରହିଥିଲା ତାହା ଡାକ୍ତର ଓ ବୈଜ୍ଞାନିକଙ୍କୁ ଆଶ୍ଚର୍ଯ୍ୟ କରିଛି । ଗବେଷକମାନଙ୍କ କହିବା ଅନୁସାରେ ଏହା ପୂର୍ବରୁ କୌଣସି ମମି ରୁ ଏପରି ବ୍ୟାକ୍ଟେରିଆ ମିଳିନଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More